ଗୋପାଳପୁର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍ଲି’ର ଆଖି ସ୍ଥଳଭାଗ ଛୁଇଁବା ଆରମ୍ଭ କଲାଣି। ଆଉ ଘଣ୍ଟେ ଦୁଇ ଘଣ୍ଟା ପରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ତେବେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।
ବର୍ଷା ସାଙ୍ଗକୁ ଜୋର ପବନ ଯୋଗୁ ଗୋପାଳପୁର ସହରରେ ଅନେକ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ହାଇମାଷ୍ଟ୍ ଲାଇଟ୍ ଭାଙ୍ଗିଛି। ଘରର ଆଜ୍ବେଷ୍ଟସ୍ ଛାତ ଉଡ଼ିଯାଇଛି।
ଗୋପାଳପୁରରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିଛି। ଫଳରେ ଦୁଇ ସହର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ତେବେ ଏନେଇ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିନାହିଁ। ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ସଫା କରିବାକୁ ପ୍ରଶାସନିକ କଳ ତତ୍ପରତା ଦେଖାଇ ନାହିଁ।
ଗୋପାଳପୁର ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଛ ଉପୁଡ଼ି ପଡ଼ିଥିବା ଖବର ଆସିଛି।
ଗୋପାଳପୁର ଓ ପୁରୀରେ ସମୁଦ୍ର ଅଶାନ୍ତ ରହିଛି। ଲହଡ଼ିର ଉଚ୍ଚତା ବଢ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବଗିଚାରେ କାମ କରୁଥିବା ବେଳେ କଏଦୀ ଚମ୍ପଟ, କାଟୁଥିଲେ ଆଜୀବନ ସଜା
ଗତକାଲି ବଗିଚା କାମରେ ନିୟୋଜିତ ହୋଇଥିବା ବେଳେ ପରେଶ ଚମ୍ପଟ ମାରିଥିବା ଜଣାପଡ଼ିଛି।
Accident
ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ
ସ୍ଥାନୀୟ ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Crime
ଏମ୍କେସିଜିରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ୪ ଡାକ୍ତର ବହିଷ୍କୃତ
ସମସ୍ତଙ୍କୁ ଦୁଇ ଦିନ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Miscellaneous
କାଲି ବୁଲୁଥିଲା, ଆଜି ମିଳିଲା ମୃତଦେହ
ଗତକାଲି ହାତୀଟିକୁ ପୁପୁଣ୍ଡା ଅଞ୍ଚଳରେ ଠାବ କରାଯାଇଥିବା ବେଳେ ଆଜି ସକାଳେ ସେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ବନବିଭାଗ କର୍ମଚାରୀ।
Accident
ଗୁପ୍ତେଶ୍ୱର ଯାଉଥିବା ବେଳେ ଓଲଟିଲା ବସ୍: ୪ ମୃତ, ୨୮ ଆହତ
ନିଆଳି ଅଞ୍ଚଳର କେତୋଟି ପରିବାର ଏକ ବସ୍ ଭଡ଼ା କରି ରାଜ୍ୟ ବିଭିନ୍ନ ମନ୍ଦିର ଦର୍ଶନରେ ଯାଇଥିଲେ।