ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ୨୧ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସରେ ରଖାଯାଇଛି ।
ଆଜିଠୁ ଜିଲ୍ଲାରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଡ୍ରୋନ୍ ଯୋଗେ ସର୍ଭେଲାନ୍ସ କାମ । ଏଥିସହ କୋଲକାତା ଫେରନ୍ତାଙ୍କ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ନଜର ରଖିଛି । ପ୍ରଥମ ଥର ଲାଗି ଭଣ୍ଡାରୀପୋଖରୀ ତେସିଙ୍ଗା ପଞ୍ଚାୟତରେ ଆରମ୍ଭ ହୋଇଛି ଡ୍ରୋନ୍ ଯୋଗେ ସର୍ଭେଲାନ୍ସ କାମ ।
ସୂଚନାଯୋଗ୍ୟ ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଥିବା ବେଳେ ଆଜି ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଥର ପାଇଁ କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସବୁ ଜିଲ୍ଲାର ଆକ୍ରାନ୍ତଙ୍କର କୋଲକତା ଲିଙ୍କ ଥିବା ଜଣାପଡ଼ିଛି। ଯାହାକି ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି।