ସେବାୟତ ପରିବାରର ହେବ ଜନଗଣନା, ଓଡ଼ିଆ ଭାଷାରେ ରିପୋର୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ମାସରୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତ ପରିବାରର ଜନଗଣନା।  ସାମାଜିକ ଓ ଅର୍ଥନୈତିକ ଆଧାରରେ ଏହି ସର୍ଭେକ୍ଷଣ କରାଯିବ । ଏଥର ଜନଗଣନା ରିପୋର୍ଟ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେବ । ତିନି ମାସ ଧରି ଏହି ସର୍ଭେ ଚାଲିବ । ରିପୋର୍ଟ ଆସିବା ପରେ ତାହାକୁ ଆଧାର କରି ସେବାୟତଙ୍କ କଲ୍ୟାଣ ପାଇଁ ସହାୟତା ଯୋଗାଇ ଦିଆଯିବ । ବିଶେଷ କରି ଗରିବ ସେବାୟତଙ୍କୁ ବାସଗୃହ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର […]

puri-2

Niharika Rout
  • Published: Friday, 13 November 2020
  • , Updated: 13 November 2020, 12:10 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ମାସରୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତ ପରିବାରର ଜନଗଣନା।  ସାମାଜିକ ଓ ଅର୍ଥନୈତିକ ଆଧାରରେ ଏହି ସର୍ଭେକ୍ଷଣ କରାଯିବ । ଏଥର ଜନଗଣନା ରିପୋର୍ଟ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେବ । ତିନି ମାସ ଧରି ଏହି ସର୍ଭେ ଚାଲିବ । ରିପୋର୍ଟ ଆସିବା ପରେ ତାହାକୁ ଆଧାର କରି ସେବାୟତଙ୍କ କଲ୍ୟାଣ ପାଇଁ ସହାୟତା ଯୋଗାଇ ଦିଆଯିବ ।

ବିଶେଷ କରି ଗରିବ ସେବାୟତଙ୍କୁ ବାସଗୃହ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।  ସର୍ଭେ କାର୍ଯ୍ୟ ପାଇଁ ୨୫ଟି ଟିମ୍ ଗଠନ କରାଯିବ । ଟିମ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ସର୍ଭେକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବ । ଏଥିସହ ସେବାୟତଙ୍କୁ ପେନସନ ପ୍ରଦାନ ଓ ଶିକ୍ଷା ବ୍ୟବସ୍ଥା ଆଦି କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଉନ୍ନୟନ ପ୍ରଶାସକ, ନିତି ପ୍ରଶାସକ ଓ ସର୍ଭେ ଦାୟିତ୍ୱ ନେଇଥିବା ସଂସ୍ଥା ନବକୃଷ୍ଣ ଚୌଧୁରୀ ଡେଭେଲପମେଣ୍ଟ ଓ ଷ୍ଟଡିଜ ସଂସ୍ଥାର ପ୍ରତିନିଧି ସାମିଲ ହୋଇଥିଲେ ।

ପ୍ରତି ୩ ବର୍ଷର ଥରେ ସର୍ଭେ ପାଇଁ ସ୍ଥିର ହୋଇଥିବା ବେଳେ ଗତ ୨୦୧୪ରେ ଶେଷ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା । ଗତ ୬ ବର୍ଷ ହେଲା ସର୍ଭେ ହୋଇ ନ ଥିବାରୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏଥିନିମନ୍ତେ ଅନୁମତି ଦେଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।

ନବକୃଷ୍ଣ ଚୌଧୁରୀ ଡେଭଲପ୍ମେଣ୍ଟ ଓ ଷ୍ଟଡ଼ିଜ୍ ସଂସ୍ଥାର ଅଧିକାରୀ ରଶ୍ମୀ ମିଶ୍ର କହିଛନ୍ତି,  ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆମେ ଏହି ସର୍ଭେ ଆଗେଇବୁ। ସମସ୍ତ ସେବାୟତ ପରିବାର ଏହାଦ୍ୱାରା ଉପକୃତ ହେବେ। ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ନିରାପତ୍ତା ଆଦି ଉପରେ ଆମେ ଗୁରୁତ୍ୱ ଦେବୁ।

Related story