ସୂର୍ଯ୍ୟ ପାତ୍ର ହେବେ ରାଜ୍ୟର ୨୨ତମ ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷୋଡ଼ଶ ବିଧାନସଭାର ବାଚସ୍ପତି ତଥା ରାଜ୍ୟର ୨୨ତମ ବାଚସ୍ପତି ଭାବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଛି। ଗୃହରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ବାଚସ୍ପତି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି ଗୃହରେ ଏ ନେଇ ଏକ ମୋସନ୍ ଆଗତ କରିବେ, ଯାହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ କରିବେ ଓ ପରେ ଗୃହର […]

surya

Manoranjan Sial
  • Published: Friday, 31 May 2019
  • , Updated: 31 May 2019, 08:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷୋଡ଼ଶ ବିଧାନସଭାର ବାଚସ୍ପତି ତଥା ରାଜ୍ୟର ୨୨ତମ ବାଚସ୍ପତି ଭାବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତାକାଲି ନିର୍ବାଚିତ ହେବାର କାର୍ଯ୍ୟକ୍ରମ ରହିଛି। ଗୃହରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର ବାଚସ୍ପତି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ ଆସନ୍ତାକାଲି ଗୃହରେ ଏ ନେଇ ଏକ ମୋସନ୍ ଆଗତ କରିବେ, ଯାହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ କରିବେ ଓ ପରେ ଗୃହର ଅନ୍ୟ ସଦସ୍ୟମାନେ ବାଚନିକ ଭୋଟରେ ଏହି ମୋସନକୁ ସମର୍ଥନ ଜଣାଇବେ। ଗୃହର ପରମ୍ପରା ଅନୁସାରେ ନବନିର୍ବାଚିତ ବାଚସ୍ପତିଙ୍କୁ ପୋଡିୟମ ନିକଟକୁ ଗୃହର ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ କାମଚଳା ବାଚସ୍ପତି ପାଛୋଟି ନେବେ।

୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ପାତ୍ର ୧୯୯୦ ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରଠୁ ସେ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି। ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ପାତ୍ର ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ୨୦୦୦ ମସିହାରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ୨୦୧୯ ମସିହାରେ ନିର୍ବାଚିତ ହେବାପରେ ତାଙ୍କୁ ବିଜେଡି ପକ୍ଷରୁ ବାଚସ୍ପତି ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେ ସ୍ୱୀକାର କରିଥିଲେ।

ଓଡ଼ିଶା ବିଧାନସଭା ଇତିହାସରେ ନନ୍ଦକିଶୋର ମିଶ୍ର ଓ ପ୍ରଦୀପ କୁମାର ଅମାତ୍ ସର୍ବାଧିକ ୭ବର୍ଷ (୨ଥରରେ) ଓ ପ୍ରସନ୍ନ କୁମାର ଦାଶ ୬ବର୍ଷ ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି।

Related story