ଆଜି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ଆଜି ଶପଥ ନେବେ। କାମଚଳା ବାଚସ୍ପତି ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା ଜୁନ ୧ ତାରିଖରେ ବାଚସ୍ପତି ନିର୍ବାଚିତ ହେବେ। ଏହା ପୂର୍ବରୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ […]

assembly

Tapaswini Nayak
  • Published: Thursday, 30 May 2019
  • , Updated: 30 May 2019, 08:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ଆଜି ଶପଥ ନେବେ। କାମଚଳା ବାଚସ୍ପତି ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଆସନ୍ତା ଜୁନ ୧ ତାରିଖରେ ବାଚସ୍ପତି ନିର୍ବାଚିତ ହେବେ। ଏହା ପୂର୍ବରୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। ଷୋଡ଼ଶ ବିଧାନସଭାର ସ୍ଥାୟୀ ବାଚସ୍ପତି ଦାୟିତ୍ୱ ନେବା ପୂର୍ବରୁ ନବ ନିର୍ବାଚିତ ବିଧାୟକମାନଙ୍କୁ ପ୍ରଥମେ ଶପଥ ପାଠ କରାଇବେ କାମଚଳା ବାଚସ୍ପତି। ଶାସକ ଦଳ ପକ୍ଷରୁ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯିବାକୁ ସ୍ଥିର ହୋଇଛି।

Related story