ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମୁଖ୍ୟ ସଚେତକ ହେବେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ ବହୁ ନୂଆ ଓ ପୁରୁଣା ମୁହଁ ସ୍ଥାନ ପାଇଛନ୍ତି। ତେବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାୟଣ ପାତ୍ର ବିଧାନସଭାରେ ବାଚସ୍ପତି ହୋଇପାରନ୍ତି। ସେହିପରି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ ଶାସକ ଦଳର ମୁଖ୍ୟ ସଚେତକ ହୋଇପାରନ୍ତି। କାରଣ ଏମାନଙ୍କ ପାଖକୁ ଆଜି ନବୀନ ନିବାସରୁ କଲ୍‌ ଯାଇଛି। ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ପାଇଁ ନବୀନ […]

pramola-mallick

Manoranjan Sial
  • Published: Tuesday, 28 May 2019
  • , Updated: 28 May 2019, 09:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ ବହୁ ନୂଆ ଓ ପୁରୁଣା ମୁହଁ ସ୍ଥାନ ପାଇଛନ୍ତି। ତେବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାୟଣ ପାତ୍ର ବିଧାନସଭାରେ ବାଚସ୍ପତି ହୋଇପାରନ୍ତି। ସେହିପରି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ ଶାସକ ଦଳର ମୁଖ୍ୟ ସଚେତକ ହୋଇପାରନ୍ତି। କାରଣ ଏମାନଙ୍କ ପାଖକୁ ଆଜି ନବୀନ ନିବାସରୁ କଲ୍‌ ଯାଇଛି।

ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ପାଇଁ ନବୀନ ନିବାସରୁ ମୋଟ ୧୭ ଜଣ ବିଧାୟକଙ୍କ ପାଖକୁ ଫୋନ୍‌ କଲ ଯାଇଛି। ସେମାନେ ହେଲେ ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂହ, ଟୁକୁନି ସାହୁ, ଅଶୋକ ପଣ୍ଡା, ପ୍ରତାପ ଜେନା, ସମୀର ଦାଶ, ନବ ଦାସ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ରଘୁନନ୍ଦନ ଦାଶ, ତୁଷାରକାନ୍ତି ବେହେରା, ସୁଦାମ ମାରାଣ୍ଡି ଓ ପ୍ରଫୁଲ୍ଲ ମଲିକ। ଏମାନଙ୍କ ପାଖକୁ ଆଜି ସନ୍ଧ୍ୟା ବେଳେ ନବୀନ ନିବାସରୁ ଫୋନ୍ କଲ୍‌ ଯାଇଛି। ଏମାନେ ସମସ୍ତେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି।

ଜୁନ୍ ୪ ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ବିଜେଡିର ବରିଷ୍ଠ ବିଧାୟକ ସୂର୍ଯ୍ୟ ପରବର୍ତ୍ତୀ ବାଚସ୍ପତି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ସେ କହିଛନ୍ତି-“ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠୁ ମୁଁ ଫୋନ୍ କଲ ପାଇଛି। ମୋତେ ବିଧାନସଭାରେ ବାଚସ୍ପତି ପଦ ନିମନ୍ତେ ପ୍ରାର୍ଥୀ କରାଯିବ। ବିଜେଡିର ୧୧୨ଜଣ ବିଧାୟକ ଥିବାରୁ ବାଚସ୍ପତି ହେବା ପ୍ରାୟତଃ ନିଶ୍ଚିତ।”

Related story