ଆଜି ରାଜଧାନୀବାସୀ ଦେଖିବେ ‘ସୂର୍ଯ୍ୟକିରଣ’ ଶୋ’, ଜଲୱା ଦେଖାଇବେ ବାୟୁ ବୀର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ):  ବହୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ଓଡ଼ିଶା ଦେଖିବ ବାୟୁ ବୀରଙ୍କ ସାମର୍ଥ୍ୟ । ଭୁବନେଶ୍ୱର ଆକାଶରେ ଆଉ କିଛି ଘଣ୍ଟାର ବ୍ୟବଧାନରେ ଦେଖିବାକୁ ମିଳିବ ‘ସୂର୍ଯ୍ୟକିରଣ’ର ଜଲୱା। ଆଜି ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମାର୍ଥ ପ୍ରଦର୍ଶନ କରିବେ ବାୟୁ ବୀର । ବାୟୁ ବୀରଙ୍କ ଜଲୱା ଦେଖିବେ ହଜାର ହଜାର ଲୋକ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ। […]

sssss

sssss

Niharika Rout
  • Published: Friday, 16 September 2022
  • Updated: 16 September 2022, 10:52 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ):  ବହୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ଓଡ଼ିଶା ଦେଖିବ ବାୟୁ ବୀରଙ୍କ ସାମର୍ଥ୍ୟ । ଭୁବନେଶ୍ୱର ଆକାଶରେ ଆଉ କିଛି ଘଣ୍ଟାର ବ୍ୟବଧାନରେ ଦେଖିବାକୁ ମିଳିବ ‘ସୂର୍ଯ୍ୟକିରଣ’ର ଜଲୱା।

ଆଜି ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମାର୍ଥ ପ୍ରଦର୍ଶନ କରିବେ ବାୟୁ ବୀର । ବାୟୁ ବୀରଙ୍କ ଜଲୱା ଦେଖିବେ ହଜାର ହଜାର ଲୋକ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମଧ୍ୟ ଏହି ଶୋ’ର ଦର୍ଶକ ସାଜିବେ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ବାୟୁସେନା ପକ୍ଷରୁ ହେବ ସୂର୍ଯ୍ୟକିରଣ ଶୋ’। ୯ଟି ହକ୍ ବିମାନରେ ଚିତ୍ତାକର୍ଷକ ଶୋ ପ୍ରଦର୍ଶନ କରାଯିବ । ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ   ଏହି  ଶୋ’ ଚାଲିବ । ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାଲିଯାତ୍ରା ପଡିଆ ଓ ଆଖପାଖରେ  ପ୍ରାୟ ୫୦ ହଜାର ଲୋକ ଏହି ବହୁ ପ୍ରତିକ୍ଷୀତ ଶୋ’ ଦେଖିବେ। ତେଣୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ସେପଟେ ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ରହିଛନ୍ତି । ଶହେରୁ ଅଧିକ ବଛା ବଛା ଅଫିସର ଏହି ଅବସରରେ  ନିୟୋଜିତ ରହିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos