ବଲାଙ୍ଗିର ଜେଲ୍‌ରେ ସୁଶାନ୍ତ ଧଳସାମନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର ହୋଇଛି ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ। ସୁଶାନ୍ତକୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରୁ ବଲାଙ୍ଗିର ନିଆଯାଇଛି। କଟକ ସଦର ଥାନା ପୋଲିସର ଆବେଦନକୁ ଗ୍ରହଣ କରି ଗତକାଲି କଟକ JMFC କୋର୍ଟ ସ୍ଥାନାନ୍ତର ନେଇ ଅନୁମତି ଦେଇଥିଲେ। କଟକ ସଦର ଥାନା ସୁଭଦ୍ରାପୁର ବିଜନ ପାଲ ଗୁଳିକାଣ୍ଡ ମାମଲାରେ ସୁଶାନ୍ତର ସଂପୃକ୍ତି ଥିବା ନେଇ ଜଣାପଡିବା ପରେ ସଦର ଥାନା ପୋଲିସ ସୁଶାନ୍ତକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ ନିକଟରେ […]

dhalasamanta

Rakesh Mallick
  • Published: Friday, 30 March 2018
  • , Updated: 30 March 2018, 03:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର ହୋଇଛି ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ। ସୁଶାନ୍ତକୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରୁ ବଲାଙ୍ଗିର ନିଆଯାଇଛି। କଟକ ସଦର ଥାନା ପୋଲିସର ଆବେଦନକୁ ଗ୍ରହଣ କରି ଗତକାଲି କଟକ JMFC କୋର୍ଟ ସ୍ଥାନାନ୍ତର ନେଇ ଅନୁମତି ଦେଇଥିଲେ।

କଟକ ସଦର ଥାନା ସୁଭଦ୍ରାପୁର ବିଜନ ପାଲ ଗୁଳିକାଣ୍ଡ ମାମଲାରେ ସୁଶାନ୍ତର ସଂପୃକ୍ତି ଥିବା ନେଇ ଜଣାପଡିବା ପରେ ସଦର ଥାନା ପୋଲିସ ସୁଶାନ୍ତକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା।

ଝାରପଡା ଜେଲରେ ଥାଇ ମଧ୍ୟ ସୁଶାନ୍ତ ଏହି ଗୁଳିକାଣ୍ଡର ଷଡ଼ଯନ୍ତ୍ର କରିଥିଲା ବୋଲି  ପୋଲିସ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା। ସୁଶାନ୍ତ ବିରୋଧରେ ମୋଟ ୩୮ଟି ମାମଲା ରହିଛି। ସେଥିରୁ ପ୍ରାୟ ସମସ୍ତ ମାମଲା କଟକ ସଦର ଓ ଆଖପଖର ବୋଲି ପୋଲିସ ଦର୍ଶାଇଥିଲା। ଏହାଛଡା ତା’ର ଏକାଧିକ ସହଯୋଗୀ ଏବଂ ବିରୋଧୀ ଗ୍ୟାଙ୍ଗର ସଦସ୍ୟ ଝାରପଡା ଜେଲରେ ଥିବାରୁ ଗଣ୍ଡଗୋଳର ଅଶଙ୍କା ରହିଛି ବୋଲି ପୋଲିସ କୋର୍ଟ୍‌କୁ କହିଥିଲା।

Related story