ଧଳସାମନ୍ତ ବ୍ରଦର୍ସଙ୍କୁ ଇଡିର ଜେରା

ଭୁବନେଶ୍ୱର: ଡି ବ୍ରଦର୍ସଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୋଳତାଡ ଆରମ୍ଭ କରିଛି। ଇଡିର ଜଣେ ଆସିଷ୍ଟାଣ୍ଡ ଜଏଣ୍ଟ ଡିରେକ୍ଟରଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ପହଞ୍ଚି ସୁଶାନ୍ତ ଧଳସାମନ୍ତଙ୍କୁ ଜେରା କରିଥିଲେ। ଏଥିସହ ବାଲେଶ୍ୱର ଜେଲରେ ଥିବା ସୁଶିଲ ଧଳସାମନ୍ତଙ୍କୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଜେରା କରାଯାଇଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସେମାନଙ୍କ ସମ୍ପତ୍ତି ଓ ବ୍ୟବସାୟିକ ନେଟୱାର୍କ ସମ୍ପର୍କରେ ଉଭୟଙ୍କୁ ପଚରାଉଚରା କରାଯାଇଥିଲା। […]

d-brothers

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 07:44 PM IST

ଭୁବନେଶ୍ୱର: ଡି ବ୍ରଦର୍ସଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୋଳତାଡ ଆରମ୍ଭ କରିଛି। ଇଡିର ଜଣେ ଆସିଷ୍ଟାଣ୍ଡ ଜଏଣ୍ଟ ଡିରେକ୍ଟରଙ୍କ ନେତୃତ୍ୱରେ ଚାରି ଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରେ ପହଞ୍ଚି ସୁଶାନ୍ତ ଧଳସାମନ୍ତଙ୍କୁ ଜେରା କରିଥିଲେ। ଏଥିସହ ବାଲେଶ୍ୱର ଜେଲରେ ଥିବା ସୁଶିଲ ଧଳସାମନ୍ତଙ୍କୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଜେରା କରାଯାଇଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସେମାନଙ୍କ ସମ୍ପତ୍ତି ଓ ବ୍ୟବସାୟିକ ନେଟୱାର୍କ ସମ୍ପର୍କରେ ଉଭୟଙ୍କୁ ପଚରାଉଚରା କରାଯାଇଥିଲା।

ଗତକାଲି ଡି ଲିଙ୍କ ଅଭିଯୋଗରେ ଡି ବ୍ରଦର୍ସଙ୍କ ୫ ସହଯୋଗୀଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଯାଇ ଜେରା କରାଯାଇଥିଲା।

ଗତବର୍ଷ ଜାନୁଆରୀ ୨୯ ତାରିଖରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରୁ ଡି ବ୍ରଦର୍ସଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଡି ଲିଙ୍କରେ ମୋଟ ୪୬ ଜଣଙ୍କୁ ଗିରଫ କରାଯାଇଛି।

Related story