ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ପ୍ରେମିକା ରିୟା ଚକ୍ରବର୍ତ୍ତି ହ୍ୱାଟସଆପରେ ଚାଟ କରିବା ବେଳେ ଭୁବନେଶ୍ୱର ଲିଙ୍କ୍ ନେଇ କଥା ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଚାଟକୁ ଡିଲିଟ୍ କରିଦେଇଥିବା ସନ୍ଦେହ କରାଯାଉଛି। ଜାତୀୟ ଗଣମାଧ୍ୟମରେ ଏ ନେଇ ଜୋରଦାର ଚର୍ଚ୍ଚା ରହିଛି। ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓରେ ଏଭଳି ଖବର ପ୍ରକାଶିତ ହୋଇଛି। TIMES NOW SIT […]

Rhea

Subhransu Sekhar
  • Published: Wednesday, 26 August 2020
  • , Updated: 27 August 2020, 03:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ପ୍ରେମିକା ରିୟା ଚକ୍ରବର୍ତ୍ତି ହ୍ୱାଟସଆପରେ ଚାଟ କରିବା ବେଳେ ଭୁବନେଶ୍ୱର ଲିଙ୍କ୍ ନେଇ କଥା ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଚାଟକୁ ଡିଲିଟ୍ କରିଦେଇଥିବା ସନ୍ଦେହ କରାଯାଉଛି। ଜାତୀୟ ଗଣମାଧ୍ୟମରେ ଏ ନେଇ ଜୋରଦାର ଚର୍ଚ୍ଚା ରହିଛି। ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓରେ ଏଭଳି ଖବର ପ୍ରକାଶିତ ହୋଇଛି।

https://twitter.com/TimesNow/status/1298630519211438080

ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ରିୟା-ସିମୋନ୍ ଖମ୍ବାଟାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ  ଚାଟ୍ କରିଥିଲେ। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ ଫାଇଲ୍ ପଠାଇଛନ୍ତି। ଏହାର ଜବାବ ଦେଇ ରିୟା କହିଛନ୍ତି ଏବେ ଘଟଣା ଭୁବନେଶ୍ୱରରେ। ଆଉ ସିମୋନ୍ ପଚାରିଛନ୍ତି ତୁମେ ଭୁବନେଶ୍ୱରରେ କି ? ଏହାର ଜବାବ ହଁ ବୋଲି ରିୟାଙ୍କଠୁ ଆସିଛି। ସିମୋନଙ୍କ ସହ ଡ୍ରଗ୍ସ ଲିଙ୍କ୍ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଆଉ ଏବେ ଭୁବନେଶ୍ୱରକୁ ନେଇ ରିୟାଙ୍କ ଚାର୍ଟ ଅଧିକ ସନ୍ଦେହ ବଢ଼ାଇଛି। ତେବେ ଭୁବନେଶ୍ୱର ଲିଙ୍କ୍ ସମ୍ପର୍କରେ ସିବିଆଇ, ଇଡି କିମ୍ବା ଏବେ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ନାର୍କୋଟେକ୍ ବ୍ୟୁରୋ ପକ୍ଷରୁ ସ୍ପଷ୍ଟ କରାଯାଇନି। ସେହିପରି ଏହି ଖବର ସମ୍ପର୍କରେ କେବଳ ଟାଇମ୍ସ ନାଓ ପ୍ରକାଶ କରିଛି।

ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟ ମାମଲାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଜୁନ୍ ୮ ତାରିଖ ଦିନ ରିୟା ଘରରୁ ଯିବା ପୂର୍ବରୁ କିଛି ହାର୍ଡ ଡିସ୍କକୁ ନଷ୍ଟ କରିଥିଲେ। ଏନେଇ ଆଜି ସିବିଆଇକୁ ତଥ୍ୟ ଦେଇଛନ୍ତି ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟ୍ ମେଟ୍ ସିଦ୍ଧାର୍ଥ ପଠାନୀ। ତେବେ ଏବେ ଏଠି ପ୍ରଶ୍ନ ଉଠୁଛି ରିୟା ଏପରି କାହିଁକି କଲେ ? କଣ ଥିଲା ସେହି ହାର୍ଡ ଡିସ୍କରେ ? ଏନେଇ ସିବିଆଇ ତଦନ୍ତକୁ ଆଗକୁ ବଢ଼ାଇବ।

Related story