ସ୍ୱାସ୍ଥ୍ୟ ବିଭାଗକୁ ଧରିଛି ସସ୍ପେଣ୍ଡ ରୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ୱାସ୍ଥ୍ୟ ବିଭାଗକୁ ଧରିଛି କି ସସ୍ପେଣ୍ଡ ରୋଗ ? ମୋ ସରକାର କାର୍ଯ୍ୟକ୍ରମ କର୍ଯ୍ୟକାରିତାରେ ବିଫଳତା ପାଇଁ ପ୍ରଥମେ ସୁନ୍ଦରଗଡ଼ ସିଡିଏମ୍ଓଙ୍କୁ ସସ୍ପେଣ୍ଡ କରାଗଲା । ବିବାଦ ବଢ଼ିବାରୁ ପରେ ନିଲମ୍ବନ ପ୍ରତ୍ୟାହାର କରି ତାଙ୍କୁ ଅନ୍ୟତ୍ର ନିଯୁକ୍ତ କରାଗଲା । ଆଉ ଏବେ ପୁଣି ବରଗଡ଼ ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓଙ୍କୁ ନିଲମ୍ବନକୁ ନେଇ ଉଠିଛି ବିବାଦ । ବିନା କାରଣରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଏଡିଏମ୍ଓ କହିଥିଲା ବେଳେ ଓମ୍ସା ମଧ୍ୟ ସରକାରଙ୍କ […]

4RT

4RT

Tapas Behera
  • Published: Sunday, 27 October 2019
  • Updated: 27 October 2019, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସ୍ୱାସ୍ଥ୍ୟ ବିଭାଗକୁ ଧରିଛି କି ସସ୍ପେଣ୍ଡ ରୋଗ ? ମୋ ସରକାର କାର୍ଯ୍ୟକ୍ରମ କର୍ଯ୍ୟକାରିତାରେ ବିଫଳତା ପାଇଁ ପ୍ରଥମେ ସୁନ୍ଦରଗଡ଼ ସିଡିଏମ୍ଓଙ୍କୁ ସସ୍ପେଣ୍ଡ କରାଗଲା । ବିବାଦ ବଢ଼ିବାରୁ ପରେ ନିଲମ୍ବନ ପ୍ରତ୍ୟାହାର କରି ତାଙ୍କୁ ଅନ୍ୟତ୍ର ନିଯୁକ୍ତ କରାଗଲା । ଆଉ ଏବେ ପୁଣି ବରଗଡ଼ ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓଙ୍କୁ ନିଲମ୍ବନକୁ ନେଇ ଉଠିଛି ବିବାଦ । ବିନା କାରଣରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଏଡିଏମ୍ଓ କହିଥିଲା ବେଳେ ଓମ୍ସା ମଧ୍ୟ ସରକାରଙ୍କ ଏଭଳି ପଦକ୍ଷେପର ତୀବ୍ର ବିରୋଧ କରିଛି।

ପ୍ଲିଜ୍ ସସ୍ପେଣ୍ଡ ମି। ଦୟାକରି ମୋତେ ନିଲମ୍ବନ କର। ବରଗଡ଼ର ନିଲମ୍ବିତ ଏଡିଏମ୍ଓ ଡାକ୍ତର ଭୀମ ସାହୁଙ୍କ ସପକ୍ଷରେ ଶନିବାର ଏଭଳି ଅଭିନବ ଢଙ୍ଗରେ ଠିଆ ହୋଇଥିଲେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ କାଯର୍ୟରତ ସବୁ ଡାକ୍ତର ଓ ନର୍ସ।

ଡାକ୍ତର ସାହୁଙ୍କ ଭୁଲ୍ ଥିଲା, ଗତ ୨୨ ତାରିଖରେ ବରଗଡ଼ ଚିକିତ୍ସାଳୟକୁ ପରିବାର ନିୟୋଜନ ପାଇଁ ଆସିଥିବା ୨୭ ଜଣ ମହିଳାଙ୍କୁ ନିଶ୍ଚେତକ ଇଂଜେକ୍ସନ୍ ଦିଆଯିବା ସତ୍ତ୍ୱେ ବିନା ଅସ୍ତ୍ରୋପଚାରରେ ଛାଡ଼ି ଦିଆଯାଇଥିଲା। ଅଭିଯୋଗ ହେଉଛି ଏହାରି ଆଧାରରେ ବିନା ବୁଝି ବିଚାରି ଡାକ୍ତର ସାହୁଙ୍କୁ ସସ୍ପେଣ୍ଡ କରିଦେଲେ ସରକାର । ଡାକ୍ତର ସାହୁଙ୍କ କହିବା କଥା ଘଟଣା ଦିନ ୬୦ ଜଣଙ୍କ ସ୍ଥାନରେ ବିଭିନ୍ନ ସିଏଚ୍‌ସିରୁ ଶହେ ଜଣ ମହିଳାଙ୍କୁ ଅସ୍ତ୍ରୋପଚାର ପାଇଁ ଅଣାଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସଂଧ୍ୟା ୫ଟା ପୂର୍ବରୁ କେବଳ ୭୩ ଜଣଙ୍କ ଅସ୍ତ୍ରୋପଚାର କରି ଅନ୍ୟ ୨୭ ଜଣଙ୍କୁ ଅନ୍ୟ ତାରିଖରେ ଅପରେସନ୍ କରାଯିବାକୁ କୁହାଯାଇଥିଲା । ମାତ୍ର ବରପାଲିର ଏଏନ୍ଏମ୍ ଏମାନଙ୍କୁ କାଳେ ଫେରାଇ ଦିଆଯିବ ସେଇଥିପାଇଁ ଆଗୁଆ ପେଣ୍ଟାଜୋସିନ୍ ଇଂଜେକ୍ସନ୍ ଦେଇଦେବାରୁ ଏଭଳି ସ୍ଥିତି ଉପୁଜିଲା। ଏଥିରେ ତାଙ୍କର କିଛି ବି ଭୁଲ୍ ନଥିବା କହିଛନ୍ତି ନିଲମ୍ବିତ ଏଡିଏମ୍ଓ। ନିକଟରେ ମୋ ସରକାର ଯୋଜନାର କାର୍ଯ୍ୟକାରିତାରେ ବିଫଳତା ପାଇଁ ସୁନ୍ଦରଗଡ଼ର ତତ୍କାଳୀନ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ତାଙ୍କ ପଦରୁ ସସ୍ପେଣ୍ଡ କରାଯାଇଥିଲା। ଫାଇଭ୍ ଟି ସଚିବଙ୍କ ସୁନ୍ଦରଗଡ଼ ହସ୍ପିଟାଲ୍ ପରିଦର୍ଶନର ଠିକ୍ ପରେ ପରେ ତତ୍କାଳ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲା ସ୍ୱାସ୍ଥ୍ୟ ବିଭାଗ ।

ଏହାପରେ ଓମ୍ସାର ବିରୋଧ, ରାଜନୈତିକ ଆନ୍ଦୋଳନ ଏବଂ ଶେଷରେ ଓଟିଭି ଖୋଲାକଥାରେ ନିଜେ ଡାକ୍ତର ପଙ୍କଜ୍ ପଟେଲ୍ ଫାଇଭ୍ ଟିକୁ ଷ୍ଟଣ୍ଟ ସୋ କହି ବର୍ଷିବା ପରେ, ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ ସରକାର। ହେଲେ ଏତେସବୁ ସତ୍ତ୍ୱେ ଚର୍ଚ୍ଚା ହେଉଛି ଖୋଲାକଥାରେ ମୋ ସରକାରର ପୋଲ୍ ଖୋଲିବା କାରଣରୁ ପୁଣି ଡାକ୍ତର ପଟେଲଙ୍କୁ ସୋ କଜ୍ ମଗାଯାଇଛି । ତେବେ ବାସ୍ତବତାକୁ ନ ବୁଝି ସରକାରଙ୍କ ଏଭଳି ଗୋଟିକ ପରେ ଗୋଟିଏ ଅନ୍ଧାଧୁନିଆ ପଦକ୍ଷେପର  ବିରୋଧ କରିଛି ଓମ୍ସା।

ଏଠି ପ୍ରଶ୍ନ ଉଠୁଛି ରାଜ୍ୟର ହସ୍ପିଟାଲ୍ ଗୁଡ଼ିକରେ ଖାଲି ପଡ଼ିଥିବା ଡାକ୍ତର ଏବଂ କର୍ମଚାରୀଙ୍କ ପଦବୀ ପୂରଣ ଦିଗରେ ଧ୍ୟାନ ଦିଆ ନଯାଇ ଏଭଳି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନର ମାନେ କ’ଣ। ଆଜି ସସ୍ପେଣ୍ଡ, କାଲି ପୁନଃନିଯୁକ୍ତି ଭଳି ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପରେ ବ୍ୟବସ୍ଥାର ଚେହେରା ବଦଳିବ କେମିତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story