ନିଲମ୍ବିତ ଏଏସ୍‌ଆଇ ଜୟଦାସ ଖରା ପୁଣି ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଗିରଫ ହୋଇଛନ୍ତି ମାଲକାନଗିରିର ନିଲମ୍ବିତ ପୁଲିସ୍ ଏଏସ୍‌ଆଇ ଜୟଦାସ ଖରା। ଗତ ମାସରେ ଗଞ୍ଜେଇ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜାମିନ୍‌ରେ ଆସିଥିବା ବେଳେ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ବେଳେ ଜୟଦାସ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୧କୋଟି ୧୧ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଠାବ […]

Jayadas khara

Jitendra Garnayak
  • Published: Friday, 29 April 2022
  • , Updated: 29 April 2022, 08:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଗିରଫ ହୋଇଛନ୍ତି ମାଲକାନଗିରିର ନିଲମ୍ବିତ ପୁଲିସ୍ ଏଏସ୍‌ଆଇ ଜୟଦାସ ଖରା। ଗତ ମାସରେ ଗଞ୍ଜେଇ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଜାମିନ୍‌ରେ ଆସିଥିବା ବେଳେ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଚଢ଼ାଉ ବେଳେ ଜୟଦାସ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୧କୋଟି ୧୧ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଠାବ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୧୭% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଜୟଦାସଙ୍କ ଭଡ଼ା ଘର ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।

ଏହି ଚଢ଼ାଉ ବେଳେ ତାଙ୍କ ଠାରୁ ନଗଦ ୧ ଲକ୍ଷ ୨୫୦ ଟଙ୍କା ଜବତ କରାଯାଇଥିଲା। ତା’ସହିତ କୋରାପୁଟର ମେଘରାଜ କନଷ୍ଟ୍ରକ୍ସନ ସାଇଟ୍‌ରେ ତାଙ୍କର ଏକ ଦୁଇ ମହଲା କୋଠା ଥିବା ଭିଜିଲାନ୍ସ ଅଧିକାରୀମାନେ ଠାବ କରିଥିଲେ, ଯାହାର ମୂଲ୍ୟ ୪୧.୨୪ ଲକ୍ଷ ଟଙ୍କା। ସେହିପରି କୋରାପୁଟର ଏଲ୍‌ଆଇସି କଲୋନୀରେ ତାଙ୍କର ଏକ ତିନି ମହଲା କୋଠା ରହିଛି, ଯାହାର ମୂଲ୍ୟ ୩୩.୬୭ ଲକ୍ଷ ଟଙ୍କା। ଏହା ବ୍ୟତୀତ କୋରାପୁଟରେ ତାଙ୍କର ୨ଟି ପ୍ଲଟ ରହିଛି। ତାଙ୍କ ଘରୁ ୨୯୦ ଗ୍ରାମର ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଥିବା ବେଳେ ବ୍ୟାଙ୍କ ଓ ବୀମା ଜମା ସହିତ ଅନ୍ୟାନ ସଂପତ୍ତି ମିଶାଇଲେ ୨୩.୯୧ ଲକ୍ଷ ଟଙ୍କା ହେଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କର ୩ଟି ଦୁଇ ଚକିଆ ଯାନକୁ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ପୁଲିସ୍ ଚାକିରି କରି ମଧ୍ୟ ଜୟଦାସ ଖରା ଗଢ଼ିଥିଲେ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ। ପୁଲିସ୍ ପକ୍ଷରୁ ତାଙ୍କ ଉପରେ ଦୀର୍ଘ ଦିନ ଧରି ନଜର ରଖାଯାଇଥିବା ବେଳେ ଶେଷରେ ଗତମାସରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସେତେବେଳେ ସେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲି ଆଉଟ୍‌ପୋଷ୍ଟରେ ନିଯୁକ୍ତ ହୋଇଥିଲେ।

Related story