ଡିଏଫ୍‌ଓ ଅଫିସ୍‌ ସମ୍ମୁଖରେ ଆମ୍ବ ବିକ୍ରି କରୁଛନ୍ତି ନିଲମ୍ବିତ ଫରେଷ୍ଟର

ବରଗଡ଼ (ଦୀପକ ଶର୍ମା): ଚାକିରିରୁ ନିଲମ୍ବିତ ହୋଇଥିବା ଜଣେ ଫରେଷ୍ଟର ଡିଏଫ୍‌ଓଙ୍କ ଅଫିସ୍‌ ସମ୍ମୁଖରେ ବସି ଆମ୍ବ ବିକ୍ରି କରୁଛନ୍ତି। ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ ଏହିଭଳି ଢଙ୍ଗରେ ପ୍ରତିବାଦ ଜଣାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ନିଲମ୍ବିତ ହୋଇଥିବା ଏହି ଫରେଷ୍ଟରଙ୍କ ନାଁ ପ୍ରୟାଗ ପ୍ରଧାନ। ସେ ବରଗଡ଼ ଜିଲ୍ଲାର ଭଟଲି ରେଞ୍ଜ ଅଧୀନ ଅମ୍ବାଭୋନା ସେକ୍ସନରେ ଫରେଷ୍ଟର ଭାବେ ନିଯୁକ୍ତ ହୋଇଥିଲେ। ଗତ […]

Forester

Jitendra Garnayak
  • Published: Thursday, 12 May 2022
  • , Updated: 12 May 2022, 09:58 PM IST

ବରଗଡ଼ (ଦୀପକ ଶର୍ମା): ଚାକିରିରୁ ନିଲମ୍ବିତ ହୋଇଥିବା ଜଣେ ଫରେଷ୍ଟର ଡିଏଫ୍‌ଓଙ୍କ ଅଫିସ୍‌ ସମ୍ମୁଖରେ ବସି ଆମ୍ବ ବିକ୍ରି କରୁଛନ୍ତି। ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେ ଏହିଭଳି ଢଙ୍ଗରେ ପ୍ରତିବାଦ ଜଣାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ।

ନିଲମ୍ବିତ ହୋଇଥିବା ଏହି ଫରେଷ୍ଟରଙ୍କ ନାଁ ପ୍ରୟାଗ ପ୍ରଧାନ। ସେ ବରଗଡ଼ ଜିଲ୍ଲାର ଭଟଲି ରେଞ୍ଜ ଅଧୀନ ଅମ୍ବାଭୋନା ସେକ୍ସନରେ ଫରେଷ୍ଟର ଭାବେ ନିଯୁକ୍ତ ହୋଇଥିଲେ। ଗତ ୧୦ ତାରିଖରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପ୍ରୟାଗ ଅଭିଯୋଗ କରିଛନ୍ତି ଯେ ଆକ୍ରୋଶମୂଳକ ଭାବେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରେଞ୍ଜର, ଏସିଏଫ୍‌ ଓ ଡିଏଫଓଙ୍କୁ ପିସି ନଦେବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ପ୍ରୟାଗ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ବନ ବିଭାଗରେ ବ୍ୟାପକ ଦୁର୍ନୀତି ହେଉଛି। ବିଭାଗର ଉଚ୍ଚ ଅଧିକାରୀମାନେ ଏଥିରେ ସିଧାସଳଖ ସଂପୃକ୍ତ ଅଛନ୍ତି। ଭଟଲି ରେଞ୍ଜର ତାଙ୍କୁ ସବୁ ବେଳେ ପିସି ମାଗୁଥିଲେ। ପିସି ନ ଦେବାରୁ ବହୁତ ହଇରାଣ କରୁଥିଲେ। ତାଙ୍କୁ ଛୁଟି ମଧ୍ୟ ଦିଆଯାଉ ନଥିଲା। ଭଟଲି ରେଞ୍ଜରଙ୍କ ବିରୋଧରେ ସେ ଏସିଏଫ୍‌ ଅଶୋକ ଦାସ ଓ ଡିଏଫଓ ସମ୍ବିତ ପତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ଆଉ ଏହାର ପରିମାଣ ସ୍ୱରୂପ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

[caption id="attachment_733966" align="aligncenter" width="650"] ‍ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବ ବିକ୍ରି କରୁଛନ୍ତି ନିଲମ୍ବିତ ଫରେଷ୍ଟର[/caption]

ଅନ୍ୟପକ୍ଷରେ ନିଲମ୍ବିତ ଫରେଷ୍ଟର ପ୍ରୟାଗ ପ୍ରଧାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫ୍‌ଓ ସମ୍ବିତ ପତ୍ରୀ। ସେ କହିଛନ୍ତି, କାର୍ଯ୍ୟରେ ଅବହେଳା ଓ ଉପରିସ୍ତ ଅଧିକାରୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ତାଙ୍କ ବିରୋଧରେ ଆମ ପାଖରେ ପ୍ରମାଣ ରହିଛି, ତେଣୁ ତାଙ୍କୁ ସସପେଣ୍ଡ କରାଯାଇଛି। ସେ ଯେଉଁ ଅଭିଯୋଗ ଆଣିଛନ୍ତି, ତା’ର ପ୍ରମାଣ ବି ସେ ଦିଅନ୍ତୁ। ପ୍ରମାଣ ନ ଥାଇ ଖାଲି ଅଭିଯୋଗ କରି ଦେଲେ କେମିତି ହେବ?

ଅନ୍ୟପକ୍ଷରେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Related story