ଭୁବନେଶ୍ୱର ଆଇଆଇଟି ଛାତ୍ରଙ୍କ ମୃତ୍ୟୁ ପଛରେ କ’ଣ ରହିଛି ରହସ୍ୟ, ଚାପ, ବିବାଦ ନା ଲଭ୍‌ ଲିଙ୍କ ?   

ଖୋର୍ଦ୍ଧା(ବଳରାମ ଲେଙ୍କା ):ଭୁବନେଶ୍ୱରର ଆଇଆଇଟି ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତନାଘନା । ମାନସିକ ଚାପ, ବିବାଦ ନା ଲଭ୍ ଲିଙ୍କ ଥିଲା, ତାକୁ ନେଇ ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ଆଇଆଇଟି କର୍ତ୍ତୃପକ୍ଷ  ଏନେଇ ଆଭ୍ୟନ୍ତରିଣ ତଦନ୍ତ କରୁଥିଲେ ମଧ୍ୟ ଛାତ୍ର ମୃତ୍ୟୁ  ନେଇ ଅଡୁଆରେ ପଡିଛନ୍ତି। ସେପଟେ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ଆଇଆଇଟି ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କର କେମିତି ହେଲା ମୃତ୍ୟୁ ? ଆତ୍ମହତ୍ୟା, […]

gfd

Tapas Behera
  • Published: Tuesday, 22 October 2019
  • , Updated: 22 October 2019, 06:57 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା ):ଭୁବନେଶ୍ୱରର ଆଇଆଇଟି ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତନାଘନା । ମାନସିକ ଚାପ, ବିବାଦ ନା ଲଭ୍ ଲିଙ୍କ ଥିଲା, ତାକୁ ନେଇ ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ଆଇଆଇଟି କର୍ତ୍ତୃପକ୍ଷ  ଏନେଇ ଆଭ୍ୟନ୍ତରିଣ ତଦନ୍ତ କରୁଥିଲେ ମଧ୍ୟ ଛାତ୍ର ମୃତ୍ୟୁ  ନେଇ ଅଡୁଆରେ ପଡିଛନ୍ତି। ସେପଟେ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।

ଆଇଆଇଟି ଛାତ୍ର ଚିରାଗ ପ୍ରବୀଣ ଜୈନଙ୍କର କେମିତି ହେଲା ମୃତ୍ୟୁ ? ଆତ୍ମହତ୍ୟା, ହତ୍ୟା ନା ଦୁର୍ଘଟଣା ? ଛାତରୁ ଡେଇଁ ପଡିଲେ ନା କେହି ତାଙ୍କୁ ଧକ୍କା ଦେଲା ନା ଆଉ କିଛି କାରଣ ରହିଛି, ଯାହା ଏବେ ରହସ୍ୟ ଭିତରେ ରହିଛି। ଆଇଆଇଟି କମ୍ପ୍ୟୁଟର ସାଇନ୍ସ ଦ୍ୱିତୀୟ ବର୍ଷ ଛାତ୍ର ଚିରାଗ ଖୁବ ମେଧାବୀ ଥିବା କର୍ତ୍ତୃପକ୍ଷ କହିଛନ୍ତି।

ତେବେ ଅଚନାକ ଛାତରୁ ପଡିଲେ କିପରି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ ବିବାଦ ଥିଲା କି, ଡେଥ୍ ପଛରେ କିଛି ଲଭ ଆଙ୍ଗେଲ ରହିଛି କି ନା କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ ଚିରାଗ? ସୋମବାର ରାତିରେ ଚିରାଗ ମହାନଦୀ ହଷ୍ଟେଲ ଛାତକୁ ଯାଇଥିଲେ ।  ରାତି ୭.୪୫ ସମୟରେ  ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ତଳେ ପଡିଥିବା ବେଳେ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ  ଆଇଆଇଟି  ଅରଗୁଳ କର୍ତ୍ତୃପକ୍ଷ ଅଡ଼ୁଆରେ ପଡିଛନ୍ତି। ଏପଟେ ଏହି ଘଟଣାରେ କମିଶନରେଟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି।

କେଉଁ ପରିସ୍ଥିତିରେ ଆଇଆଇଟି ଛାତ୍ରଙ୍କ ମୃତ୍ୟୁ ହେଲା, ମୃତ୍ୟୁ  ପଛରେ କିଛି ରହସ୍ୟ ରହିଛି କି ତାକୁ ନେଇ ଅନୁସନ୍ଧାନ ଜାରି ରହିଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ଖୋଲିପାରେ ଆଇଆଇଟି ଛାତ୍ର ଚିରାଗଙ୍କ ମୃତ୍ୟୁର ରହସ୍ୟ।

Related story