ନିଶାମୁକ୍ତି କେନ୍ଦ୍ରରେ ରହୁଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବଡ଼ ଡାକ୍ତରଖାନାରେ ଘଟିଛି ଅଭାବନୀୟ ଘଟଣା। ପୁରୀ ନିଶାମୁକ୍ତି କେନ୍ଦ୍ରର ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ପୁରୀ ବାସେଳୀସାହି ଥାନା ଲୋକନାଥ ରୋଡର ମାନସ ଭୋଇ। ମାନସ ଦୀର୍ଘ ୮ ମାସ ଧରି ନିଶାମୁକ୍ତି ସେଣ୍ଟରରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପାଇଁ ତାଙ୍କ ପରିବାରଠାରୁ ୪୦ ହଜାର ଟଙ୍କା ନିଆଯାଇଥିଲା। ଆଉ ୬ ହଜାର ଟଙ୍କା ବାକି ରହିଥିଲା। ଯେଉଁକାରଣରୁ ମାନସକୁ ନିଶାମୁକ୍ତି […]

puri

Ranjit Kumar Jena
  • Published: Tuesday, 08 December 2020
  • , Updated: 08 December 2020, 06:13 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବଡ଼ ଡାକ୍ତରଖାନାରେ ଘଟିଛି ଅଭାବନୀୟ ଘଟଣା। ପୁରୀ ନିଶାମୁକ୍ତି କେନ୍ଦ୍ରର ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ପୁରୀ ବାସେଳୀସାହି ଥାନା ଲୋକନାଥ ରୋଡର ମାନସ ଭୋଇ। ମାନସ ଦୀର୍ଘ ୮ ମାସ ଧରି ନିଶାମୁକ୍ତି ସେଣ୍ଟରରେ ଚିକିତ୍ସିତ ହେଉଥିଲେ।

ଚିକିତ୍ସା ପାଇଁ ତାଙ୍କ ପରିବାରଠାରୁ ୪୦ ହଜାର ଟଙ୍କା ନିଆଯାଇଥିଲା। ଆଉ ୬ ହଜାର ଟଙ୍କା ବାକି ରହିଥିଲା। ଯେଉଁକାରଣରୁ ମାନସକୁ ନିଶାମୁକ୍ତି କେନ୍ଦ୍ରରେ ସାକ୍ଷାତ କରାଇ ଦିଆଯାଉ ନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୋମବାର ପରିବାର ସଦସ୍ୟମାନେ ମାନସକୁ ଦେଖା କରିବାକୁ ଯାଇଥିଲେ, ହେଲେ ମାନସ ଶୋଇଥିବା କୁହାଯାଇଥିଲା। କିନ୍ତୁ ମଙ୍ଗଳବାର ସକାଳୁ ହଠାତ୍ ଫୋନ୍ ଆସିଲା ଯେ ମାନସ ଆଉ ନାହାନ୍ତି। ଯାହା ପରେ ପରିବାର ଲୋକେ ମାନସଙ୍କର ମୃତ୍ୟୁ ସନ୍ଦେହଜନକ ଥିବା ନେଇ ଅଭିଯୋଗ ଆଣିଛନ୍ତି।

ସୋମବାର ମାନସର ଶରୀର ଅସୁସ୍ଥ ଥିଲା ଏବଂ ପୁରୀ ଡାକ୍ତରଖାନାରେ ତା'ର ଚିକିତ୍ସା କରାଯାଇଥିଲା। ପରେ ତାକୁ ନିଶାମୁକ୍ତି କେନ୍ଦ୍ରକୁ ନିଆଯାଇଥିଲା। ହେଲେ ଆଜି ତାଙ୍କର ଶରୀର ପୁଣି ଅସୁସ୍ଥ ହେବାରୁ ପୁଣି ପୁରୀ ଡାକ୍ତରଖାନା ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତେବେ ମାନସର ମୃତ୍ୟୁ ପଛରେ ନିଶାମୁକ୍ତି କେନ୍ଦ୍ର ପକ୍ଷରୁ କୌଣସି ତୃଟି ନଥିବା କହିଛି ନିଶାମୁକ୍ତି କେନ୍ଦ୍ର। ଅନ୍ୟପକ୍ଷରେ ଏହି ଘଟଣାକୁ ପୁଲିସ ଗୁରୁତର ସହ ତଦନ୍ତ କରିଵ ବୋଲି ସିଟି ଡିଏସପି କହିଛନ୍ତି।

Related story