ଏବେବି ଫେସ୍‌ବୁକ୍‌ରେ ଚାଟିଂ କରୁଛି ସୁନ୍ଦରୀ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେବି ଫେସ୍‌ବୁକ୍‌ରେ ଚାଟିଂ କରୁଛି ରହସ୍ୟମୟୀ ସୁନ୍ଦର। ତେବେ ସେ କାହା ସହିତ ଚାଟିଂ କରୁଛି? ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଅଭିଯୁକ୍ତମାନେ ଜେଲ୍‌ରେ ଥିବା ବେଳେ ରହସ୍ୟମୟୀ ସୁନ୍ଦରୀ କାହା ସହିତ ଚାଟିଂ କରୁଛି। କାରଣ ତା’ର ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ଭିତରୁ ଏବେବି କିଛି ସକ୍ରିୟ ରହିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ସହିତ ଫେସବୁକ୍‌ ଲିଙ୍କରେ […]

facebook

facebook

Manoranjan Sial
  • Published: Wednesday, 06 October 2021
  • Updated: 06 October 2021, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେବି ଫେସ୍‌ବୁକ୍‌ରେ ଚାଟିଂ କରୁଛି ରହସ୍ୟମୟୀ ସୁନ୍ଦର। ତେବେ ସେ କାହା ସହିତ ଚାଟିଂ କରୁଛି? ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଅଭିଯୁକ୍ତମାନେ ଜେଲ୍‌ରେ ଥିବା ବେଳେ ରହସ୍ୟମୟୀ ସୁନ୍ଦରୀ କାହା ସହିତ ଚାଟିଂ କରୁଛି। କାରଣ ତା’ର ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ଭିତରୁ ଏବେବି କିଛି ସକ୍ରିୟ ରହିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

କ୍ରାଇମବ୍ରାଞ୍ଚ ଏଡିଜିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କ ସହିତ ଫେସବୁକ୍‌ ଲିଙ୍କରେ ଥିବା ରହସ୍ୟମୟୀ ସୁନ୍ଦରୀ ପାକିସ୍ତାନରେ ବସି ଅପରେଟ୍ କରୁଥିଲା ଗୁରୁନ୍ଦାଗିରି। ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ସେ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଥିଲା। ସେଥିରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱାଲ୍‌ପିଣ୍ଡିରୁ ପରିଚାଳନା କରୁଥିଲା। ସେ ନିଜ ପରିଚୟ ଲୁଚାଇବା ପାଇଁ ବ୍ୟବହାର କରୁଥିଲା ପ୍ରକ୍ସି ଆଇପି ଆଡ୍ରେସ୍‌। ବିଭିନ୍ନ ସମୟରେ ସେ ପାକିସ୍ତାନୀ ଆଇପି ଆଡ୍ରେସ୍‌ ସହ ଭାରତ, ଆମେରିକା, ବ୍ରିଟେନ୍‌ ଓ ଜର୍ମାନୀ ଭଳି ଦେଶର ପ୍ରକ୍ସି ଆଇଡି ବ୍ୟବହାର କରୁଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ଏବେବି ରହସ୍ୟମୟୀଙ୍କ କେତେକ ଫେସବୁକ୍‌ ଆକାଉଣ୍ଟ ଆକ୍ଟିଭ ରହିଛି। ସେ କିଛି ଲୋକଙ୍କ ସହ ଚାଟିଂ କରୁଛି ଏଡିଜି କହିଛନ୍ତି।

ସେପଟେ ଗିରଫ ହୋଇଥିବା ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ, ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀ, ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତା ପୂର୍ବରୁ ରହସ୍ୟମୟୀଙ୍କ ସହ ଫେସବୁକ୍‌ ଏବଂ ହ୍ୱାଟ୍ସ ଆପ୍‌ରେ ଚାଟିଂ କରିଥିଲେ। ତା’ ଭିତରୁ ଅଧିକାଂଶ ଚାଟିଂ ଡିଲିଟ୍‌ କରାଯାଇଥିବା ବେଳେ ଆଉ କିଛି ଚାଟିଂ ତଥ୍ୟ ଉଦ୍ଧାର କରାଯାଇଛି। ଇଣ୍ଡିଆନ୍‌ କମ୍ପ୍ୟୁଟର ରେସ୍‌ପନ୍ସ ଏମର୍ଜେନ୍ସି ଟିମ୍‌ ସହୟତାରେ ସେସବୁ ତଥ୍ୟ ଉଦ୍ଧାର କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତକାରୀ ସଂସ୍ଥାକୁ ଆଉ ଅଧିକ କିଛି ତଥ୍ୟ ମିଳିଲା ପରେ ଇଣ୍ଟରପୋଲ୍‌ ସହାୟତା ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ଅଭିଯୁକ୍ତଙ୍କ ପ୍ରଥମ ପର୍ଯ୍ୟାୟ ଜେରା ସରିଥିବାରୁ ଆଗକୁ ଅଧିକ ପଚରାଉଚରା ଲାଗି ଆଉ ଥରେ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।

ଡିଆର୍‌ଡିଏର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ପୁଲିସ ଆଇଟିଆରର ୫ ଠିକା କର୍ମଚାରୀଙ୍କୁ ରାତି ଅଧିଆ ଉଠାଇଥିଲା। ଦିନ ତମାମ ସେମାନଙ୍କୁ ଜେରା ପରେ ୪ ଜଣଙ୍କୁ ଗିରଫ କରିଥିଲା। ମାମଲାର ଗୁରୁତ୍ୱକୁ ଦେଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୁଲିସ ଡିଜି। ଏହା ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରୁ କରୁ ପ୍ରଥମ ଦିନରେ ଡିଆର୍‌ଡିଓର ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଥିବାରୁ NIA ସହ ଏୟାରଫୋର୍ସ ଟିମ ସେମାନଙ୍କୁ ଜେରା କରିଛି। ସେହି ସମୟରେ ସେମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos