କାଜୁ ନିଗମ ଅଧ୍ୟକ୍ଷଙ୍କ କେଳେଙ୍କାରୀ: ଏସ୍‌ଭିଏମ୍‌ କଲେଜରେ ୫୦୦ରୁ ଊର୍ଦ୍ଧ୍ୱ ଜାଲ୍‌ ନାମଲେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ କଲେଜ(ଏସଭିଏମ)ରେ ମିଥ୍ୟା ରେଜିଷ୍ଟ୍ରେସନ୍ ନମ୍ବର ଓ ଜାଲ ନାମଲେଖା ଯୋଗୁ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଛି। ଏହାସହିତ ୨୦୧୪-୧୫ରୁ ୨୦୧୮-୧୯ ଶିକ୍ଷାବର୍ଷ ମଧ୍ୟରେ ଯୁକ୍ତ ତିନି ଶ୍ରେଣୀରେ ନାମଲେଖାରେ ହୋଇଥିବା ବଡ଼ଧରଣର ଜାଲିଆତି ପଦାକୁ ଆସିଛି। ଆଉ ଧାର୍ଯ୍ୟ ସିଟ୍ ଠାରୁ ଅଧିକ ସିଟରେ ନାମଲେଖା ପାଇଁ ବିଜେଡି ଜିଲ୍ଲା ସଭାପତି ତଥା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଚାପ […]

SVM-Autonomous-College,-Jagatsinghpur

SVM-Autonomous-College,-Jagatsinghpur

Manoranjan Sial
  • Published: Saturday, 19 October 2019
  • Updated: 19 October 2019, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ କଲେଜ(ଏସଭିଏମ)ରେ ମିଥ୍ୟା ରେଜିଷ୍ଟ୍ରେସନ୍ ନମ୍ବର ଓ ଜାଲ ନାମଲେଖା ଯୋଗୁ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଛି। ଏହାସହିତ ୨୦୧୪-୧୫ରୁ ୨୦୧୮-୧୯ ଶିକ୍ଷାବର୍ଷ ମଧ୍ୟରେ ଯୁକ୍ତ ତିନି ଶ୍ରେଣୀରେ ନାମଲେଖାରେ ହୋଇଥିବା ବଡ଼ଧରଣର ଜାଲିଆତି ପଦାକୁ ଆସିଛି। ଆଉ ଧାର୍ଯ୍ୟ ସିଟ୍ ଠାରୁ ଅଧିକ ସିଟରେ ନାମଲେଖା ପାଇଁ ବିଜେଡି ଜିଲ୍ଲା ସଭାପତି ତଥା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଚାପ ପକାଇଥିଲେ ଓ ତାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଏଭଳି ଜାଲିଆତି ହୋଇଥିବା କଲେଜ କର୍ମଚାରୀମାନେ ସ୍ୱୀକାର କରିଛନ୍ତି। ଏପଟେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଗତ ୫ବର୍ଷ ମଧ୍ୟରେ ଧାର୍ଯ୍ୟ ସିଟରୁ ଅଧିକ ଆସନରେ ନାମଲେଖାକୁ ବିଚାରକୁ ନିଆଯିବ ନାହିଁ ବୋଲି ନିଜ ୱେବସାଇଟ୍ ମାଧ୍ୟମରେ ସ୍ପଷ୍ଟ କରିଛି। ଏଭଳି ସ୍ଥିତିରେ କଲେଜରେ ନାମ ଲେଖାଇଥିବା ପିଲାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁରସ୍ଥିତ ଏସଭିଏମ୍ କଲେଜରେ ଯୁକ୍ତ ତିିନି ଶ୍ରେଣୀରେ ନାମଲେଖା ନିମନ୍ତେ ମୋଟ ୭୬୮ଟି ସିଟ୍ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି । ଯୁକ୍ତ ୩ ଶ୍ରେଣୀର କଳା, ବିଜ୍ଞାନ ଓ ବାଣିଜ୍ୟ ବର୍ଗରେ ୨୫୬ଟି ଲେଖାଏ ସିଟ୍ ଅନୁମୋଦନ କରାଯାଇଥିଲେ ମଧ୍ୟ ୨୦୧୪-୧୫ ଶିକ୍ଷାବର୍ଷରୁ କଲେଜ କର୍ତ୍ତୃପକ୍ଷ ମନଇଚ୍ଛା ପିଲାଙ୍କୁ ଆଡ଼ମିଶନ କରାଇଛନ୍ତି ଯାହାକି ୨୦୧୮-୧୯ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଷ୍ଟୁଡେଣ୍ଟ୍ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ )ରେ ଥିବା ତଥ୍ୟ ଅନୁସାରେ ୨୦୧୪-୧୫ ଶିକ୍ଷାବର୍ଷରେ ଯୁକ୍ତ ୩ ଶ୍ରେଣୀ କଳା,ବିଜ୍ଞାନ ଓ ବାଣିଜ୍ୟରେ ସିଟ୍ ସଂଖ୍ୟାକୁ ଯଥାକ୍ରମେ ୨୯୬, ୨୭୮ ଓ ୩୦୪କୁ ବୃଦ୍ଧି କରାଯାଇ ନାମଲେଖା ହୋଇଥିଲା। ସେହିପରି ୨୦୧୫-୧୬ରେ ସିଟ୍ ସଂଖ୍ୟାକୁ କଳା ଓ ବାଣିଜ୍ୟରେ ୩୦୭ଟି ଲେଖାଏ ଏବଂ ବିଜ୍ଞାନରେ ୩୦୮କୁ ବୃଦ୍ଧି କରାଯାଇ କଳାରେ ୨୮୫ଜଣ, ବିଜ୍ଞାନରେ ୨୬୯ଜଣ ଓ ବାଣିଜ୍ୟରେ ୩୦୦ଜଣ ଛାତ୍ରଛାତ୍ରୀ ନାମ ଲେଖାଯାଇଥିଲା। ୨୦୧୬-୧୭ରେ ସିଟ୍ ସଂଖ୍ୟା ସବୁ ବର୍ଗରେ ୨୮୨କୁ ଖସି ଆସିଥିଲା ଓ ଅନୁମୋଦିତ ସିଟ୍ ବାହାରେ କଳାରେ ୭୫ଟି, ବିଜ୍ଞାନ ଓ ବାଣିଜ୍ୟରେ ୫୭ଟିରେ ନାମ ଲେଖା ହୋଇଥିଲା । ୨୦୧୭-୧୮ ଓ ୨୦୧୮-୧୯ରେ ଏଭଳି ମନଇଚ୍ଛା ସିଟ୍ ସଂଖ୍ୟା ବଢ଼ାଯାଇ ନାମଲେଖା ହୋଇଥିବା ସାମ୍ ରୁ ଜଣାପଡ଼ିଛି ।

ତେବେ ଉଚ୍ଚଶିକ୍ଷା ଦ୍ୱାରା ଧାର୍ଯ୍ୟ ଯୁକ୍ତ ୩ ଶ୍ରେଣୀରେ ୨୫୬ଟି ସିଟ୍ (ସବୁ ବର୍ଗ ପାଇଁ) ଠାରୁ ଅଧିକ ସିଟରେ ନାମ ଲେଖାଇବାକୁ କିଏ ଅନୁମତି ଦେଇଥିଲା ଓ କଲେଜ କର୍ତ୍ତୃପକ୍ଷ କିଭଳି ପିଲାଙ୍କ ଭବିଷ୍ୟତ ସହ ଖେଳିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ଗତ ଦୁଇଦିନ ତଳେ ୨୦୧୫-୧୬ ବ୍ୟାଚରେ ନାମ ଲେଖାଇଥିବା କିଛି ପିଲା ସେମାନଙ୍କର ରେଜିଷ୍ଟ୍ରେସନ୍ ନମ୍ବର ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦାବି କରି କଲେଜ ଆଗରେ ଧାରଣାରେ ବସିବାପରେ ଏହି ବଡ଼ଧରଣର ଜାଲିଆତି ପଦାକୁ ଆସିଛି ।

କଲେଜ ଅଧ୍ୟକ୍ଷ ଅରବିନ୍ଦ ଚଇନି ଏହି ଜାଲିଆତିକୁ ସ୍ୱୀକାର କରିଥିବାବେଳେ ନାମଲେଖା ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ସିଧାସଳଖ ଏଥିପାଇଁ ବିଜେଡି ନେତା ଅମରେନ୍ଦ୍ର ଦାସଙ୍କୁ ଦାୟୀ କରିଛନ୍ତି । ଶ୍ରୀ ଦାସ କଲେଜ ବୁଝାସୁଝା ଦାୟିତ୍ୱରେ ଥିଲେ ଓ ନିଜର ସଂଗଠନ ପାଇଁ ସେ ଏଭଳି କରିଛନ୍ତି ବୋଲି କଲେଜ କର୍ମଚାରୀମାନେ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫାଇଭ-ଟି’ ଓ ଦୁର୍ନୀତିମୁକ୍ତ ସରକାରର ନାରା ଦେଉଥିବାବେଳେ ତାଙ୍କର ଜଣେ ଜିଲ୍ଲା ସଭାପତି ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ସନ୍ଦେହଜନକ ଭୂମିକା ପ୍ରତି ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କଲେଜର କର୍ମଚାରୀମାନେ ସିଧାସଳଖ ଶ୍ରୀ ଦାସଙ୍କ ନାଁ ନେଉଥିବାବେଳେ ରାଜ୍ୟ ସରକାର ଏହି ନାମଲେଖା ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡିତ କରିବା ସହ ପିଲାମାନଙ୍କ ଭବିଷ୍ୟତ ଯେଭଳି ଅନ୍ଧକାରମୟ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story