ସ୍ୱଚ୍ଛ ଭାରତକୁ ୩ ବର୍ଷ: କେତେ ପରିଷ୍କାର ଆମ ସହର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଆଜି ପୁରିଛି ୩ ବର୍ଷ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ୨୦୧୪ ଅକ୍ଟୋବର ୨ରେ ମୋଦି ଆରମ୍ଭ କରିଥିଲେ ଏହି ଅଭିଯାନ। ହେଲେ କେତେ ସ୍ୱଚ୍ଛ ହୋଇଛି ଆମ ଓଡ଼ିଶା? କେତେ ସଫଳ ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ? ସରିଯାଇଛି ପୂଜା ମଉଜ। ହେଲେ ଆବର୍ଜନା କଥାକୁ ଭୁଲି ଯାଇଛନ୍ତି ସମସ୍ତେ। ସ୍ମାର୍ଟସିଟିର ମାନ୍ୟତା ପାଇଥିବା […]

swacha bharat abhijan

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 05:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଆଜି ପୁରିଛି ୩ ବର୍ଷ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ୨୦୧୪ ଅକ୍ଟୋବର ୨ରେ ମୋଦି ଆରମ୍ଭ କରିଥିଲେ ଏହି ଅଭିଯାନ। ହେଲେ କେତେ ସ୍ୱଚ୍ଛ ହୋଇଛି ଆମ ଓଡ଼ିଶା? କେତେ ସଫଳ ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ?

ସରିଯାଇଛି ପୂଜା ମଉଜ। ହେଲେ ଆବର୍ଜନା କଥାକୁ ଭୁଲି ଯାଇଛନ୍ତି ସମସ୍ତେ। ସ୍ମାର୍ଟସିଟିର ମାନ୍ୟତା ପାଇଥିବା ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆବର୍ଜନାର ପାହାଡ଼ ଛିଡ଼ା ହୋଇଛି। ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ। କେଉଁଠି ଅଇଁଠା ତ ଆଉ କେଉଁଠି ପଡ଼ିଛି ବର୍ଜବସ୍ତୁ। ପଥଚାରୀ ନାକରେ ରୁମାଲ ଦେଇ ଯାଉଥିବା ଦେଖିବାକୁ ମିଳୁଛି।

ଭୁବନେଶ୍ୱର ବାସିନ୍ଦା କହିଛନ୍ତି-“ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର। ତାହାହେଲେ ଯାଇ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।”

ଷ୍ଟିଲ ସିଟି ରାଉରକେଲା ପ୍ରଥମେ ଏନ୍ଏସି ଥିଲା। ପରେ ମହାନଗର ଆଉ ତା’ପରେ ସ୍ମାର୍ଟସିଟିର ମାନ୍ୟତା ପାଇଛି। ଏଠାରେ ସ୍ୱଚ୍ଛ ଭାରତ ଯୋଜନାରେ ବହୁଳ ପ୍ରଚାର କରାଯାଉଛି। କିନ୍ତୁ ସ୍ୱଚ୍ଛ ଭାରତ ଅଭିଯାନର ୩ ବର୍ଷ ପରେ ବି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇପାରିଲାନି ରାଉରକେଲା। ଏଠାରେ ଯେଉଁ ରାସ୍ତା ପାଖରେ ଦେଖିବେ କୁଢ଼କୁଢ଼ ଅଳିଆ ଗଦା ହୋଇଛି। ଦୁର୍ଗନ୍ଧରେ ପରିବେଶ ଫାଟି ପଡ଼ୁଛି।

ରାଉରକେଲା ବାସିନ୍ଦା କହିଛନ୍ତି-“ସ୍ୱଚ୍ଛ ଭାରତ ଅଭିଯାନକୁ କଥାରେ ସୀମିତ ରଖାଯାଇଛି। ଏଠି ଯେଉଁଠି ଦେଖିବେ ଅଳିଆ ଗଦା ହୋଇଛି। ସ୍ୱଚ୍ଛ ଭାରତ ଅଭିଯାନରେ କୌଣସି ଗୋଟିଏ ହେଲେ ବି କଥା ପୂରଣ ହୋଇନାହିଁ।”

ଓଡ଼ିଶାର ଅନ୍ୟତମ ପୁରୁଣା ଓ ବଡ଼ସହର ବ୍ରହ୍ମପୁର। ଏଠିବି ମାଛି ଭଣଭଣ ଓ ଅଳିଆ ଆବର୍ଜନାର ପାହାଡ଼ ଠିଆ ହୋଇଛି। ମହାନଗର ମାନ୍ୟତା ପାଇବାର ୫ ବର୍ଷ ପରେ ମଧ୍ୟ ରେଶମ ସହରରେ ଆଖି ଦୃଶିଆ ଭାବେ ବଦଳି ପାରିଲାନି ଚିତ୍ର।

ବ୍ରହ୍ମପୁର ବାସିନ୍ଦା କହିଛନ୍ତି-“ସ୍ୱଚ୍ଛ ପରିବେଶ ପାଇଁ ଲୋକ ସଚେତନତା ଜରୁରୀ। ମାତ୍ର ଏଥିପ୍ରତି ବିଏମ୍‌ସି ତିଳେ ମାତ୍ର ଧ୍ୟାନ ଦେଉନାହିଁ। ସେଥିପାଇଁ ପରିବେଶ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।”

Related story