ସ୍ୱଚ୍ଛତାର ଗାଁ ବାବଯୋଡ଼ା, ଯେଉଁଠି କାନ୍ଥରେ ଅଙ୍କାଯାଇଛି ଭଳିକି ଭଳି ଚିତ୍ର

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସୁନ୍ଦର ଓ ସ୍ୱଚ୍ଛତାର ପରିଚୟ ବାବଯୋଡ଼ା ଗାଁ। ସମସ୍ତଙ୍କ ଘରର କାନ୍ଥରେ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତ୍ର। ସ୍ୱଚ୍ଛତା ଏହି ଗାଁର ମୂଳ ପରିଚୟ। ଶିବରାତ୍ରୀ ଅବସରେ ଏଠାରେ ଆୟୋଜିତ ହୋଇଥିଲା ପତା ପର୍ବ। ଉତ୍ସବ ଜମିଥିଲା ପାରମ୍ପରିକ ନୃତ୍ୟ ଓ ସଂଗୀତର ଆସର। ଦଳଗତ ନୃତ୍ୟରେ କମ୍ପିଉଠିଥିଲା ସାରା ପରିବେଶ। ଉତ୍ସବ ମାଧ୍ୟମରେ ସମାଜକୁ ସ୍ୱଚ୍ଛତାକୁର ବାର୍ତ୍ତା ଦେଇଛନ୍ତି ଗ୍ରାମବାସୀ। କାନ୍ଥରେ ଅଙ୍କାଯାଇଛି ସୁନ୍ଦର ସୁନ୍ଦର ଚିତ୍ର। କିଏ […]

aaaa

aaaa

Manoranjan Sial
  • Published: Monday, 24 February 2020
  • Updated: 24 February 2020, 05:22 PM IST

Sports

Latest News

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ସୁନ୍ଦର ଓ ସ୍ୱଚ୍ଛତାର ପରିଚୟ ବାବଯୋଡ଼ା ଗାଁ। ସମସ୍ତଙ୍କ ଘରର କାନ୍ଥରେ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତ୍ର। ସ୍ୱଚ୍ଛତା ଏହି ଗାଁର ମୂଳ ପରିଚୟ। ଶିବରାତ୍ରୀ ଅବସରେ ଏଠାରେ ଆୟୋଜିତ ହୋଇଥିଲା ପତା ପର୍ବ। ଉତ୍ସବ ଜମିଥିଲା ପାରମ୍ପରିକ ନୃତ୍ୟ ଓ ସଂଗୀତର ଆସର। ଦଳଗତ ନୃତ୍ୟରେ କମ୍ପିଉଠିଥିଲା ସାରା ପରିବେଶ। ଉତ୍ସବ ମାଧ୍ୟମରେ ସମାଜକୁ ସ୍ୱଚ୍ଛତାକୁର ବାର୍ତ୍ତା ଦେଇଛନ୍ତି ଗ୍ରାମବାସୀ।

କାନ୍ଥରେ ଅଙ୍କାଯାଇଛି ସୁନ୍ଦର ସୁନ୍ଦର ଚିତ୍ର। କିଏ ଫୁଲ ଆଙ୍କିଛି ତ ଆଉ କିଏ ଝୋଟି କରି କାନ୍ଥକୁ ସୁନ୍ଦର କରିଛି। ମାଟି କାନ୍ଥରେ ହୋଇଥିବା ଏହି ଚିତ୍ର କହୁଛି ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାର କଥା। ଏହି ଗାଁର ବିଶେଷ୍ୟତା ହେଉଛି ସ୍ୱଚ୍ଛତା। ପ୍ରତି ରାସ୍ତାରେ ରହିଛି ଡଷ୍ଟବିନ୍‌। ସମସ୍ତ ଲୋକେ ଶୌଚାଳୟ ମଧ୍ୟ ବ୍ୟବହାର କରୁଛନ୍ତି। ଶିବରାତ୍ରି ଅବସରରେ ପତା ପର୍ବର ଥିଲା। ଏହି ଅବସର ଗାଁକୁ ସୁନ୍ଦର ଭାବେ ସଜାଇଛନ୍ତି ଲୋକେ। ଯୁବତୀ ଓ ମହିଳାମାନେ ଘରକୁ ସଫା ସୁତରା କରିବା ସହ କାନ୍ଥ ଗୁଡିକରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଚିତ୍ର ଅଙ୍କିଛନ୍ତି।

ବାବଯୋଡା ଗାଁରେ ଥିବା ଭଂଜ ଇପିଲି ରାନାକାବ ମାଓ୍ୱଡା କମିଟି ପକ୍ଷରୁ ଏହି ପତା ପର୍ବ ପାଳନ ହେଉଛି। ପ୍ରତିବର୍ଷ ୩ ଦିନ ଧରି ଏହି ଉତ୍ସବ ପାଳନ କରିଥାନ୍ତି ଲୋକେ। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଆଦିବାସୀ ନୃତ୍ୟ। ନାଗଡ଼ା ଓ ମାଦଳର ଶବ୍ଦରେ ଦୁଲୁକି ଉଠୁଛି ସାରା ପରିବେଶ। ଗାଁର ଯୁବତୀ ଓ ମହିଳା ସମୂହ ନୃତ୍ୟ ପରିବେଷଣ କରୁଛନ୍ତି। ସଂଗୀତର ତାଳେ ତାଳେ ସମସ୍ତେ ନିଜକୁ ହଜାଇ ଦେଇଛନ୍ତି। ବିଭିନ୍ନ ନୃତ୍ୟ ଦଳ ନିଜର ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ଏହି ନୃତ୍ୟ ପରିବେଷଣ କରିଥାନ୍ତି। ସର୍ବଶ୍ରେଷ୍ଠ ନୃତ୍ୟ ଦଳକୁ ଶେଷରେ କମିଟି ପକ୍ଷରୁ ପୁରସ୍କୃତ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos