ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବ: ବିଶ୍ୱ ଭାତୃତ୍ୱ ଓ ସଂହତି ଉପରେ ସାଧୁଙ୍କ ଗୁରୁତ୍ୱ

ପୁରୀ: ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ପୁରୀରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁସନ୍ଥଙ୍କ ମହାମେଳି ହୋଇଛି। ମହୋତ୍ସବର ଦ୍ୱିତୀୟ ଦିନରେ ଶନିବାର ଆକର୍ଷଣ ଥିଲା ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର। ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ବିଶ୍ୱ ଭାତୃଭାବ ଓ ସଂହତି ଉପରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁ ସନ୍ଥଙ୍କ ମଧ୍ୟରେ ଚାଲିଥିଲା ତତ୍ତ୍ୱପୂର୍ଣ୍ଣ ଆଲୋଚନା। ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆରମ୍ଭ […]

puri

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 03:25 PM IST

ପୁରୀ: ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ପୁରୀରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁସନ୍ଥଙ୍କ ମହାମେଳି ହୋଇଛି। ମହୋତ୍ସବର ଦ୍ୱିତୀୟ ଦିନରେ ଶନିବାର ଆକର୍ଷଣ ଥିଲା ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର। ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ବିଶ୍ୱ ଭାତୃଭାବ ଓ ସଂହତି ଉପରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁ ସନ୍ଥଙ୍କ ମଧ୍ୟରେ ଚାଲିଥିଲା ତତ୍ତ୍ୱପୂର୍ଣ୍ଣ ଆଲୋଚନା। ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆରମ୍ଭ ହୋଇଥିଲା ବିଷୟ ଭିତ୍ତିକ ଆଲୋଚନା। ଶନିବାର ସକାଳୁ ମୃଦୁ ମୃଦୁ ସଂଗୀତର ମୂର୍ଚ୍ଛନା ଓ ପ୍ରବଚନ ଭିତରେ ଚାଲିଥିଲା ଯୋଗଗୁରୁ ରାମଦେବ ବାବାଙ୍କ ବିଶାଳ ଯୋଗ ଶିବିର। କପାଳଭାତି, ପ୍ରାଣାୟାମ, ଅନୁଲୋମ ବିଲୋମଠୁ ନେଇ ବିଭିନ୍ନ ଯୋଗମୁଦ୍ରା କରିଥିଲେ ହଜାର ହଜାର ଯୋଗୀ। ଭୋର ସାଢେ ୫ ଟାରୁ ସାଢେ଼ ୭ଟା ଯାଏ ଚାଲିଥିବା ଏଇ ଶିବିରରେ ୭ ହଜାରରୁ ଅଧିକ ଲୋକ ବାବା ରାମଦେବଙ୍କ ଠାରୁ ସିଧାସଳଖ ଯୋଗ ଶିଖିଥିଲେ। ମଞ୍ଚରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ବି ଯୋଗ କରିଥିଲେ। ତିନି ଦିନିଆ ଏହି ମହୋତ୍ସବ ରବିବାର ଦିନ ଉଦଯାପିତ ହେବ।

Related story