- Videos
- Odisha
- ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୁରୀ ଜିଲ୍ଲାପାଳ ଚିଠି
ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲା: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୁରୀ ଜିଲ୍ଲାପାଳ ଚିଠି
- Published: Tuesday, 31 October 2017
- , Updated: 31 October 2017, 09:29 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ସ୍ୱର୍ଗଦ୍ୱାର ଜମି ଜବରଦଖଲ ମାମଲାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପୁରୀ ଜିଲ୍ଲାପାଳ ଚିଠି ଲେଖିଛନ୍ତି। କିଭଳି ଆଇନ ଅନୁସାରେ ଗୋବର୍ନ୍ଧନ ପୀଠକୁ ଜମି ଫେରିଆସିବ, ସେନେଇ ପଦକ୍ଷେପ ନେବା ଲାଗି ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ। ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା କମିଟିରେ ସ୍ୱର୍ଗଦ୍ୱାର ଜମି ନେଇ ତଜର୍ମା କରାଯାଇ ସ୍ୱୀକୃତି ପାଇବା ପରେ ଗୋବର୍ଦ୍ଧନ ପୀଠକୁ ଜମି ହସ୍ତାନ୍ତର କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।</p>
<p>ଅନ୍ୟପକ୍ଷରେ କିଭଳି ଗୋବର୍ଦ୍ଧନ ପୀଠର ଜମି ଅଧିଗ୍ରହଣ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଗତଗୁରୁ। ଏହା ସଂପୂର୍ଣ୍ଣ ଅବୈଧ। ତେଣୁ ଅଧିଗ୍ରହଣ କରାଯାଇଥିବା ଜମିକୁ ଉଦାରତା ସହ ଗୋବର୍ନ୍ଧନ ପୀଠକୁ ହସ୍ତାନ୍ତର ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନପୀଠର ୫ ଏକର ୬୦ ଡେସିମିଲ ଜମି ଓଇଏ କମ୍ କଲେକ୍ଟରଙ୍କ ନିର୍ଦ୍ଦେଶରେ ଶ୍ରୀଜଗନ୍ନାଥ ମନ୍ଦିର ଖାତାକୁ ଚାଲିଯାଇଥିବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଜମି ଉପରେ ଗୋବର୍ନ୍ଧନ ମଠର ବିଜେ ସ୍ଥଳୀ, ଗୋଶାଳା, ବିମଳା ମନ୍ଦିର ଓ ସମାଧୀ ରହିଥିବାରୁ ଏହି ଜମିକୁ ଫେରି ପାଇବା ପାଇଁ ଗୋବର୍ନ୍ଧନ ପୀଠ ପକ୍ଷରୁ ସରକାରଙ୍କ ନିକଟରେ ଦାଦି କରାଯାଇଥିଲା।</p>