ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣା: ଦୁଇ ପୋଲିସ ଅଧିକାରୀ ନିଲମ୍ବିତ, ଦେବଗଡ଼ ନଗର କଂଗ୍ରେସ ସଭାପତିଙ୍କ ସମେତ ୬ ଗିରଫ

ଦେବଗଡ଼: ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଘଟଣାରେ ଦେବଗଡ଼ ଥାନା ଆଇଆଇସି ଏବଂ ପାଇଲଟିଂ ଗାଡି ଡିଏସଆଇଙ୍କୁ ନିଲମ୍ବନ କରାଯାଇଛି। ପୋଲିସ ଡିଜି କେ.ବି. ସିଂ ଆଇଆଇସି ସୁଦର୍ଶନ ଜେନାଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ପାଇଲଟିଂ ଗାଡି ଡିଏସଆଇ ନାରାୟଣ ସାହୁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଛି। ଅଣ୍ଡାମାଡ଼ କରିଥିବା ଅଭିଯୋଗରେ ଦେବଗଡ଼ ନଗର କଂଗ୍ରେସ ସଭାପତି ସୁବାସ ଭୋଇଙ୍କ ସମେତ ୬ଜଣ କଂଗ୍ରେସ କର୍ମୀଙ୍କୁ […]

deogarh

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 12:33 PM IST

ଦେବଗଡ଼: ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଘଟଣାରେ ଦେବଗଡ଼ ଥାନା ଆଇଆଇସି ଏବଂ ପାଇଲଟିଂ ଗାଡି ଡିଏସଆଇଙ୍କୁ ନିଲମ୍ବନ କରାଯାଇଛି। ପୋଲିସ ଡିଜି କେ.ବି. ସିଂ ଆଇଆଇସି ସୁଦର୍ଶନ ଜେନାଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ପାଇଲଟିଂ ଗାଡି ଡିଏସଆଇ ନାରାୟଣ ସାହୁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଛି।

ଅଣ୍ଡାମାଡ଼ କରିଥିବା ଅଭିଯୋଗରେ ଦେବଗଡ଼ ନଗର କଂଗ୍ରେସ ସଭାପତି ସୁବାସ ଭୋଇଙ୍କ ସମେତ ୬ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ କାଉନସିଲର ଧର୍ମେନ୍ଦ୍ର ଦେବତା ଅଛନ୍ତି। ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱଲପୁର ଗସ୍ତ ସାରି ଦେବଗଡ଼ ଆସୁଥିବା ବେଳେ କୁରଡି ନିକଟରେ କଂଗ୍ରେସ କର୍ମୀମାନେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ।

Related story