ନୟାଗଡ଼:(ଓଡ଼ିଶା ରିପୋର୍ଟର):ନିଖୋଜ କୁନିଝିଅ ସ୍ୱାତୀର ମୃତଦେହ ଉଦ୍ଧାର ହେବା ପରେ ଆଜି ଶବ ଗାଁରେ ପହଞ୍ଚିଛି। ରଣପୁର ଥାନା ବଧିପାଟଣା ସ୍ଥିତ ଗାଁରେ ପହଞ୍ଚିଛି ସ୍ୱାତୀର ମୃତଦେହ। କଟକରେ ଏସଏନଟି ଟେଷ୍ଟ ଶେଷ ହେବା ପରେ ଘରେ ପହଞ୍ଚିଛି ଶବ। ମୃତ ଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପରିବେଶ। ସ୍ତବ୍ଧ ହୋଇଯାଇଥିଲା ପୂରା ଗାଁ। ସ୍ୱାତୀର ମୃତଦେହ ସନ୍ଦେହଜନକ ସ୍ଥିତିରେ ମିଳିଥିଲା। ଏବେ ବି କାରଣ ଅସ୍ପଷ୍ଟ ରହିଛି।
ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍ ଗାଏବ ହୋଇଯାଇଥିବା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀର ମୃତଦେହ ଗତକାଲି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇ ଥିଲା । ଗାଁର ଆଦିବାସୀ ବସ୍ତି ନିକଟ ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଗତ ଶୁକ୍ରବାର ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍ ଗାଏବ ହୋଇଗଲା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ମଧ୍ୟ ଶିଶୁଟିର ପତ୍ତା ମିଳିପାରି ନ ଥିଲା। ପୂର୍ବରୁ ଉକ୍ତ ପୋଖରୀରେ ପୁଲିସ୍ ଖୋଜାଖୋଜି କରି କିଛି ପାଇ ନ ଥିବା ବେଳେ ଆଜି କିପରି ଓ କେଉଁଠୁ ମୃତଦେହ ଆସିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରି ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।