ସ୍ୱାଇନ୍‌ ଫ୍ଲୁ ରୋଗୀ ସଂଖ୍ୟା ୧୮ ଛୁଇଁଲା: ଏସ୍‌ସିବିରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ

କଟକ: ଓଡ଼ିଶାରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ୧୮ ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆଜି ପରୀକ୍ଷା ପାଇଁ ଆସିଥିବା ୧୦ଟି ସାମ୍ପୁଲ ମଧ୍ୟରୁ ୫ଟିରେ ପଜେଟିଭ୍‌ ଥିବା ଜଣାପଡ଼ିଛି। ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରି ରାଜ୍ୟ ସରକାର କଟକ ବଡ଼ ମେଡିକାରରେ ସ୍ୱତନ୍ତ୍ର ସ୍ୱାଇନ୍‌ ଫ୍ଲୁ ୱାର୍ଡ଼ ଖୋଲିଛନ୍ତି। ଏହାଛଡ଼ା ଏନେଇ ବ୍ୟାପକ ସଚେତନତା କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି। କଟକ ବଡ଼ମେଡିକାଲର ପ୍ରଶାସନିକ […]

swine

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 10:30 PM IST

କଟକ: ଓଡ଼ିଶାରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ୧୮ ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଆଜି ପରୀକ୍ଷା ପାଇଁ ଆସିଥିବା ୧୦ଟି ସାମ୍ପୁଲ ମଧ୍ୟରୁ ୫ଟିରେ ପଜେଟିଭ୍‌ ଥିବା ଜଣାପଡ଼ିଛି। ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରି ରାଜ୍ୟ ସରକାର କଟକ ବଡ଼ ମେଡିକାରରେ ସ୍ୱତନ୍ତ୍ର ସ୍ୱାଇନ୍‌ ଫ୍ଲୁ ୱାର୍ଡ଼ ଖୋଲିଛନ୍ତି। ଏହାଛଡ଼ା ଏନେଇ ବ୍ୟାପକ ସଚେତନତା କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି।

କଟକ ବଡ଼ମେଡିକାଲର ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର କହିଛନ୍ତି-“ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ ୮ଟି ଶଯ୍ୟା ବିଶିଷ୍ଟ ୱାର୍ଡ ଖୋଲା ଯାଇଛି। ଏଥିପାଇଁ ଆବଶ୍ୟକ ଔଷଧ ମହଜୁଦ୍‌ ରଖାଯାଇଥିବା ବେଳେ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି।

Related story