କୋଲକତାରୁ କଟକକୁ ଲମ୍ବିଛି ପଏଜନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପନିର ନାଁରେ ପଏଜନ୍ ।  କୋଲକତାରୁ କଟକୁ ଲମ୍ବିଛି ସିନ୍ଥେଟିକ୍ ପନିର ବ୍ୟବସାୟର ଚେର । କମିଶନରେଟ ପୁଲିସର ଖୋଳତାଡ଼ ବେଳେ ସାମ୍ନାକୁ ଆସିଛି ଏହି ଧଳା ଫରଫର ଦେଖାଯାଉ ଥିବା ଅପମିଶ୍ରିତ, ନକଲି ତଥା ବିଷାକ୍ତ ସିନ୍ଥେଟିକ୍ ପନିରର କୋଲକତା ଲିଙ୍କ୍  । ଘଟଣାରେ ଶୁକଦେବ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଲିଙ୍କ୍ ଖୋଜିବାକୁ କୋଲକତା ଯାଇଛି କମିଶନରେଟ୍ ପୁଲିସର ଏକ ସ୍ପେଶାଲ ଟିମ୍ । ତେବେ ଏହି […]

fakepaneer

fakepaneer

Tapas Behera
  • Published: Thursday, 31 December 2020
  • Updated: 31 December 2020, 08:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପନିର ନାଁରେ ପଏଜନ୍ ।  କୋଲକତାରୁ କଟକୁ ଲମ୍ବିଛି ସିନ୍ଥେଟିକ୍ ପନିର ବ୍ୟବସାୟର ଚେର । କମିଶନରେଟ ପୁଲିସର ଖୋଳତାଡ଼ ବେଳେ ସାମ୍ନାକୁ ଆସିଛି ଏହି ଧଳା ଫରଫର ଦେଖାଯାଉ ଥିବା ଅପମିଶ୍ରିତ, ନକଲି ତଥା ବିଷାକ୍ତ ସିନ୍ଥେଟିକ୍ ପନିରର କୋଲକତା ଲିଙ୍କ୍  । ଘଟଣାରେ ଶୁକଦେବ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଲିଙ୍କ୍ ଖୋଜିବାକୁ କୋଲକତା ଯାଇଛି କମିଶନରେଟ୍ ପୁଲିସର ଏକ ସ୍ପେଶାଲ ଟିମ୍ । ତେବେ ଏହି ସିନ୍ଥେଟିକ୍ ପନିର କାରବାରରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା କହିଛନ୍ତି କଟକ ଡିସିପି ଏହି ବିଷାକ୍ତ ବ୍ୟବସାୟର ଚେର ଉପାଡ଼ିବାକୁ ପୁରା ଦମରେ ଲାଗିଛି କମିଶନରେଟ ପୁଲିସ।  ସେପଟେ ମାଲଗୋଦାମ ବ୍ୟବସାୟୀ ସଂଘ ମଧ୍ୟ ନକଲି ସାମଗ୍ରୀ ବେପାରୀଙ୍କୁ ବାସନ୍ଦ କରିବାକୁ ନେଇଛି ନିଷ୍ପତ୍ତି ।

ତେବେ କେମିତି ଚିହ୍ନିବେ ନକଲି ପନିର । ବିଶେଷଜ୍ଞଙ୍କ ମତରେ ନକଲି ପନିର୍ ଦେଖିବାକୁ ସଂପୂର୍ଣ୍ଣ ଧଳା। ତେବେ ଅସଲି ପନିର ଟିକିଏ ଫିକା ରହିଥାଏ । ନକଲି ପନିର ହାତରେ ଧରିଲେ ଗୁଣ୍ଡ ହୋଇଯାଏ । ଅସଲିକୁ ହାତରେ ଚାପିଲେ ଭାଙ୍ଗେନାହିଁ।  ଅସଲି ପନିରରୁ ଖିର ବାସ୍ନା ଆସୁଥିବା ବେଳେ ନକଲିରୁ କୌଣସି ବାସ୍ନା ଆସେନାହିଁ । ସେହିପରି ନକଲି ପନିର ଉପରେ ଆୟୋଡିନ୍ ଦ୍ରବଣ ପକାଇଲେ ଏହାର ରଙ୍ଗ ନୀଳ ପଡ଼ିଯାଏ। ତେବେ ଅସଲି ପନିରର ରଙ୍ଗ ବଦଳେନାହିଁ ସିନ୍ଥେଟିକ୍ ପନିର ଖାଇଲେ କିଡ୍‌ନୀ ରୋଗ, ଗ୍ୟାସ୍ ଓ ଇଣ୍ଟେଷ୍ଟାଇନ୍‌ରେ ବ୍ଲକେଜ୍ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

କଟକରେ ଭେଜାଲ୍ ସାମଗ୍ରୀ ଲିଙ୍କକ ଗତ ୨ ମାସରେ ୨୧ ସ୍ଥାନରେ ଚଢ଼ାଉ କଲାଣି ପୁଲିସ। ଏହି ମାମଲାରେ ୨୫ ଜଣ ଗିରଫ ବି ହେଲେଣି  ଜବତ ହୋଇଥିବା ୨୧ ପ୍ରକାର ଖାଦ୍ୟ ସାମଗ୍ରୀରୁ ୧୪ଟିରେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କେମିକାଲ୍ ମିଳିଛି। ଏଯାଏ ସାଢ଼େ ୭ କୋଟି ଟଙ୍କାର ସାମଗ୍ରୀ ଜବତ ସହ ଅସାଧୁ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି । ପୋଲିସ୍ ସେହିପରି ଜଗତପୁର ଅଞ୍ଚଳରେ ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା କଂପାନିମାନଙ୍କ ଜମି ଲିଜ୍ ବାତିଲ୍ ପାଇଁ ଇଡ୍‌କୋକୁ  ଚିଠି ଲେଖାଯାଇଥିବା ସୂଚନା ଦେଇଛନ୍ତି ଡିସିପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos