ସାକ୍ଷୀ ଦେଲା ଟେବୁଲ୍‌, ସଜା କାଟିବାକୁ କଳାପାଣି ଗଲା ଦୋଷୀ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ହତ୍ୟା ମାମଲାର ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ। ତେଣୁ ସାକ୍ଷୀ ଦେଲା କାଠ ଟେବୁଲ୍‌। ଆଉ ରାୟ ଶୁଣାଇଲେ ବିଚାରପତି। ସଜା କାଟିବାକୁ କଳାପାଣି ଗଲା ଦୋଷୀ। ୧୯୩୭ ମସିହାରେ ବ୍ରହ୍ମପୁର ସହରରେ ଘଟିଥିବା ଟିଣ ବାକ୍ସ ହତ୍ୟାକାଣ୍ଡ ମାମଲାରେ ଏପରି ରାୟ ଶୁଣାଇଥିଲେ କୋର୍ଟ। ସେତେବେଳେ ସାକ୍ଷୀ ଦେଇଥିବା ଏହି କାଠ ଟେବୁଲ୍‌ଟିକୁ ଏବେ ସୁଦ୍ଧା ସାଇତି ରଖିଛି ବ୍ରହ୍ମପୁର ବାର୍‌ ଆସୋସିଏସନ୍‌। ପୂରା ଘଟଣାଟି ଏମିତି। ୧୯୩୭ ମସିହା ମାର୍ଚ୍ଚ ୨୩ ତାରିଖରେ […]

Table

Table

Manoranjan Sial
  • Published: Thursday, 07 October 2021
  • Updated: 07 October 2021, 09:23 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ହତ୍ୟା ମାମଲାର ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ। ତେଣୁ ସାକ୍ଷୀ ଦେଲା କାଠ ଟେବୁଲ୍‌। ଆଉ ରାୟ ଶୁଣାଇଲେ ବିଚାରପତି। ସଜା କାଟିବାକୁ କଳାପାଣି ଗଲା ଦୋଷୀ। ୧୯୩୭ ମସିହାରେ ବ୍ରହ୍ମପୁର ସହରରେ ଘଟିଥିବା ଟିଣ ବାକ୍ସ ହତ୍ୟାକାଣ୍ଡ ମାମଲାରେ ଏପରି ରାୟ ଶୁଣାଇଥିଲେ କୋର୍ଟ। ସେତେବେଳେ ସାକ୍ଷୀ ଦେଇଥିବା ଏହି କାଠ ଟେବୁଲ୍‌ଟିକୁ ଏବେ ସୁଦ୍ଧା ସାଇତି ରଖିଛି ବ୍ରହ୍ମପୁର ବାର୍‌ ଆସୋସିଏସନ୍‌।

ପୂରା ଘଟଣାଟି ଏମିତି। ୧୯୩୭ ମସିହା ମାର୍ଚ୍ଚ ୨୩ ତାରିଖରେ ପୁରୀ ଷ୍ଟେସନରୁ ମିଳିଥିଲା ଏକ ଟିଣ ବାକ୍ସ। ଏହି ବାକ୍ସର କେହି ଦାବିଦାର ନଥିଲେ। ତେଣୁ ପୁଲିସ ବାକ୍ସକୁ ଜବତ କରିଥିଲା। ପରେ ସେହି ବାକ୍ସକୁ ଖୋଲିଲା ବେଳେ ମିଳିଥିଲା ଏକ ଖଣ୍ଡବିଖଣ୍ଡିତ ମୃତଦେହ। ତଦନ୍ତ ବେଳେ ଜଣାପଡ଼ିଥିଲା ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳର କେ. ନାକା ରାଜୁଙ୍କର। ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା, ନାକା ରାଜୁଙ୍କଠାରୁ ବ୍ରହ୍ମପୁରର ପାକଲା ନାରାୟଣ ସ୍ୱାମୀ ଧାରରେ ୩୦୦୦ ଟଙ୍କା ନେଇଥିଲେ। ସେହି ଟଙ୍କା ଅସୁଲ କରିବାକୁ ବ୍ରହ୍ମପୁର ଆସି ନିଖୋଜ ହୋଇଯାଇଥିଲେ ନାକା।

ମୃତଦେହ ଥିବା ବାକ୍ସକୁ ଅଭିଯୁକ୍ତ ପାକଲା ନାରାୟଣ ସ୍ୱାମୀ ବ୍ରହ୍ମପୁର ଭିକ୍ଟୋରିଆ ବଜାରରୁ କିଣିଥିବା ତଦନ୍ତରୁ ଜଣାପଡ଼ିଥିଲା। ମୃତ ନାକା ରାଜୁଙ୍କ ପତ୍ନୀଙ୍କ ବୟାନ ଓ ଟିଣ ବାକ୍ସକୁ ପ୍ରମାଣ ଭାବେ ଗ୍ରହଣ କରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପ୍ରତ୍ୟକ୍ଷ ସାକ୍ଷୀ ନଥିବାରୁ କୋର୍ଟ ପାକଲା ସ୍ୱାମୀକୁ ଦୋଷମୁକ୍ତ କରିଥିଲେ। ଦୋଷମୁକ୍ତ ହେବା ପରେ ପାକଲା ବ୍ରହ୍ମପୁରରେ ଏକ ବଡ଼ ଭୋଜିର ଆୟୋଜନ କରିଥିଲେ। ଆଉ ବାଣ ଫୁଟାଇ ଭୋଜି ଭାତ ଆସର ଜମିଥିଲା।

ସେହି ସମୟରେ ସେହି ରାସ୍ତାରେ ଯାଉଥିଲେ ଜିଲ୍ଲା ଜଜ୍‌। ସେ ଏ ସଂପର୍କରେ ଜାଣିବାକୁ ପାଇଥିଲେ। ପରେ ସେ ନିଜ ତରଫରୁ ମାମଲାକୁ ପୁଣି ଖୋଲିଥିଲେ। ପାକଲା ସ୍ୱାମୀ ଏକ ଟେବୁଲ ଉପରେ ନାକା ରାଜୁକୁ ହତ୍ୟାକରି ଖଣ୍ଡ ଖଣ୍ଡ କରିଦେବା ସହ ବାକ୍ସରେ ରଖି ଟ୍ରେନ୍‌ରେ ପୁରୀ ପଠାଇ ଦେଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଦୋଷୀ ସାବ୍ୟସ୍ତ ପରେ ପାକଲା ସ୍ୱାମୀଙ୍କୁ ଆଜୀବନ ସଜା କାଟିବାକୁ କଳାପାଣି ପଠାଇ ଦିଆଯାଇଥିଲା। ଏଭଳି ଏକ ବିରଳ ମାମଲାର ମୁଖସାକ୍ଷୀ ହୋଇଥିବା ଏହି ଟେବୁଲକୁ ଏଯାଏଁ ସଯତ୍ନେ ସାଇତି ରଖାଯାଇଛି।

ପ୍ରତ୍ୟକ୍ଷ ସାକ୍ଷୀ ନଥିଲେ ମଧ୍ୟ ପାରିପାର୍ଶ୍ୱିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ବାକ୍ସ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍‌ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story