ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ କୁମାର ବେହେରା । ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଘରଡିହ ବିକ୍ରି କରିବା ବେଳେ ସେଲ୍ଡିଡ୍ ଅନୁମତି ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଏକ ଟିମ ତାଙ୍କସରକାରୀ ବାସଭବନ ଯାଇ ଯୋଜନା ମୁତାବକ ଛକି ରହିଥିଲେ। ଏହି ସମୟରେ ସୁବ୍ରତ ୨୦ ହଜାର ଟଙ୍କା ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ।
ପରେ ସୁବର୍ଣ୍ଣପୁର, ବଲାଙ୍ଗିର, ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ୪ଜଣ ଡିଏସ୍ସିଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ ଧରପଗଡ଼ରେ ସାମିଲ ହୋଇଥିଲେ। ତହସିଲଦାରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ମିଳିବାରେ ବିଳମ୍ବ: ମୁଖ୍ୟ ସଚିବ କ୍ଷୁବ୍ଧ, ମାଗିଲେ ମାସିକିଆ ରିପୋର୍ଟ
ଯଦି କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅବା ଭିଜିଲାନ୍ସ ମାମଲା ଥାଏ ତା’ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଅବସର ଗ୍ରହଣର ଯଥେଷ୍ଟ ପୂର୍ବରୁ ତାକୁ ଫଏସଲା କରିବା ପାଇଁ ସମ୍ପୃକ୍ତ ବିଭାଗସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ ।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Politics
ଆଦାନୀ ଲାଂଚ ଅଭିଯୋଗ ମାମଲା: ଓଡ଼ିଶାରେ କଂଗ୍ରେସ-ବିଜେଡି ମୁହାଁମୁହିଁ, ମାପିଚୁପି ମତ ରଖିଲା ବିଜେପି
ଆମେରିକୀୟ କୋର୍ଟରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ଓଡ଼ିଶା ସରକାରୀ ଅଫିସିଆଲଙ୍କ ସମ୍ପୃକ୍ତିର ଅଭିଯୋଗ ଥିବାବେଳେ ଏବେ କ୍ଷମତାରେ ନଥିବା ବିଜେଡି କାହାକୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରୁଛି । ଯଦି କୌଣସି ଅଭିଯୋଗ ଆସିଛି ତା’ର ସମସ୍ତ ପ୍ରକାରର ତଦନ୍ତକୁ ସ୍ୱାଗତ କରିବା ପରିବର୍ତ୍ତେ ଏହାକୁ ଭିତ୍ତିହୀନ ଓ ଅସତ୍ୟ ବୋଲି କହି କ’ଣ ପ୍ରମାଣ କରିବାକୁ ବିଜେଡି ଚାହୁଁଛି ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିପାରିବେ ନାହିଁ ହୃଷିକେଶ ଭୋଇ, ବଛାଯିବେ ନୂଆ କଳାକାର
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇଙ୍କର ଗୋଟିଏ ଭୁଲ୍ ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ଦେଇଛି!