ସୋର(ଶଶୀକାନ୍ତ ବେହାରା): ସୁରତରୁ ଆସି କ୍ୱାରେଣ୍ଟାଇନ କେନ୍ଦ୍ରରେ ନରହିବାରୁ ଗାଁରେ ଉତ୍ତେଜନା। ରାସ୍ତା ବନ୍ଦ କରି ଧାରଣାରେ ବସିଲେ ଗାଁ ଲୋକ। ବୁଝାସୁଝା କରିବାକୁ ଆସିଥିବା ପୁଲିସ ଗାଡ଼ିକୁ ଗାଁ ଲୋକେ ଅଟକାଇ ରଖିଛନ୍ତି। ଆଜି ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବଡନୂଆଁଗା ପଞ୍ଚାୟତ ପିହାଣଗଡିଆ ଗାଁରେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁର ଏକ ସୁରତ ଫେରନ୍ତା ଦମ୍ପତି ଆଜି ନିଜ ଘରକୁ ଫେରିଥିଲେ। କିନ୍ତୁ ସେମାନେ କ୍ୱାରେଣ୍ଟାନ୍ କେନ୍ଦ୍ରରେ ନରହି ଘରକୁ ପଳାଇ ଆସିଥିଲେ। ଏପରିକି ସେମାନେ ଘରେ ସଙ୍ଗରୋଧ ହୋଇ ରହିନଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ଏନେଇ ଗାଁ ଲୋକେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀ ସେମାନଙ୍କୁ ବାରଣ କରିଥିଲେ। ମାତ୍ର ସେମାନେ ରାଜି ହୋଇନଥିଲେ। ଶେଷରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ସିମୁଳିଆ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡିକୁ ଅଟକ ରଖିବା ଜଣାପଡ଼ିଛି। ଏବେବି ଆନ୍ଦୋଳନ ଚାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।