ଇଦ୍‌ ଖର୍ଚ୍ଚ ମାଗିବାରୁ ମିଳିଲା ତଲାକ୍‌

ସୋର(ଶଶିକାନ୍ତ ବେହେରା):  ଇଦ୍‌ ଖର୍ଚ୍ଚ ମାଗିବାକୁ ସ୍ୱାମୀଙ୍କ ନିକଟକୁ ଯାଇଥିଲେ ମହିଳା। ହେଲେ ଖର୍ଚ୍ଚ ତ ମିଳିଲାନି, ମିଳିଲା ତଲାକ୍‌। ଏବେ ନ୍ୟାୟ ପାଇଁ ପୀଡ଼ିତା ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ମୁସଲମାନ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ତଲାକ୍‌ ନିୟମକୁ ଉଚ୍ଛେଦ କରାଯିବା ସହ ଏହାକୁ ବେଆଇନ ଘୋଷଣା କରାଯାଇଛି। ଏ ସମ୍ପର୍କୀତ ବିଲ୍‌ ଉଭୟ ରାଜ୍ୟ ସଭା ଓ ଲୋକସଭାରେ ବହୁମତରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ମୋହର ବାଜି ଏହା ଆଇନରେ  ପରିଣତ […]

talak-1.1..

talak-1.1..

Niharika Rout
  • Published: Tuesday, 13 August 2019
  • Updated: 13 August 2019, 03:01 PM IST

Sports

Latest News

ସୋର(ଶଶିକାନ୍ତ ବେହେରା):  ଇଦ୍‌ ଖର୍ଚ୍ଚ ମାଗିବାକୁ ସ୍ୱାମୀଙ୍କ ନିକଟକୁ ଯାଇଥିଲେ ମହିଳା। ହେଲେ ଖର୍ଚ୍ଚ ତ ମିଳିଲାନି, ମିଳିଲା ତଲାକ୍‌। ଏବେ ନ୍ୟାୟ ପାଇଁ ପୀଡ଼ିତା ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି।

ମୁସଲମାନ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ତଲାକ୍‌ ନିୟମକୁ ଉଚ୍ଛେଦ କରାଯିବା ସହ ଏହାକୁ ବେଆଇନ ଘୋଷଣା କରାଯାଇଛି। ଏ ସମ୍ପର୍କୀତ ବିଲ୍‌ ଉଭୟ ରାଜ୍ୟ ସଭା ଓ ଲୋକସଭାରେ ବହୁମତରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ମୋହର ବାଜି ଏହା ଆଇନରେ  ପରିଣତ ହୋଇ ସାରିଛି। ଏହାକୁ ଅବମାନନା କଲେ ୩ ବର୍ଷ ଜେଲ୍‌ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ଏହାସତ୍ତ୍ୱେ ଏପରି ଘଟଣା କମିବା ବଦଳରେ ବଢ଼ି ଚାଲିଛି।

ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋର ପଠାଣ ମହଲାରୁ । ଇଦ୍-ଉଲ୍-ଜୁହାରେ ପତ୍ନୀଙ୍କୁ  ସ୍ୱାମୀ ଦେଇଛନ୍ତି ତିନି ତଲାକ । ସୋରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପୀଡ଼ିତା ଆଜି ଏନେଇ ଜଣାଇଛନ୍ତି ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ହେଲେ ଶାଶୁ ଘରେ ତାଙ୍କୁ ଦୀର୍ଘ ଦିନ ହେଲାଣି ନିର୍ଯାତନା ଦିଆଯାଉଥିଲା । ଶାଶୁ ଘର ସଦସ୍ୟ ତାଙ୍କୁ ଜାଣିଶୁଣି ହଇରାଣ, ହରକତ ବି କରୁଥିଲେ।

ଗତକାଲି ଇଦ୍ ଥିବାବେଳେ ଖର୍ଚ୍ଚ ମାଗିବା ପାଇଁ ସେ ଘର ନିକଟରେ ଥିବା ସ୍ୱାମୀଙ୍କ ଦୋକାନକୁ ଯାଇଥିଲେ । ଏହି ସମୟରେ ଖର୍ଚ୍ଚ ଦେବା ବଦଳରେ  ସ୍ୱାମୀ ଗାଳିଗୁଲଜ କରିବା ସହ ତିନି ତଲାକ ଦେଇଥିବା ମହିଳାଜଣକ ଅଭିଯୋଗ କରିଛନ୍ତି । ତେବେ ଏନେଇ  ମହିଳାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos