୧୦ କ୍ୱିଣ୍ଟାଲ୍‌ ଚନ୍ଦନ କାଠ ପାଇଁ ଯାଇଥିଲା ଚିଠି, ମିଳିବ ଏକ କ୍ୱିଣ୍ଟାଲ

ପୁରୀ (ଓଡ଼ିଶା ରିପୋର୍ଟର): ୧୦ କ୍ୱିଣ୍ଟାଲ୍‌ ଚନ୍ଦନ କାଠ ପାଇଁ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ହେଲେ ତାମିଲ୍‌ନାଡୁ ରାଜ୍ୟ ସରକାର ଏକ କ୍ୱିଣ୍ଟାଲ୍‌ ଚନ୍ଦନକାଠ ଦେବେ ବୋଲି କହିଛନ୍ତି। ଉତ୍ତମମାନରୁ ଏହି ଚନ୍ଦନ କାଠ ଶ୍ରୀମନ୍ଦିରକୁ ଆସିବ। ସେଥିପାଇଁ ସମସ୍ତ ପ୍ରକାର ଅନୁମତି ତାମିଲନାଡୁ ବନ ବିଭାଗ ଦେଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ। ୨୦୨୧ ରଥଯାତ୍ରାର ପକ୍ରିୟା ଆରମ୍ଭ ହୋଇଛି। ବଡ଼ରାଉଳ ଠାକୁରାଣୀଙ୍କ ଅନୁମତି […]

jagannath-temple

jagannath-temple

Manoranjan Sial
  • Published: Tuesday, 19 January 2021
  • Updated: 19 January 2021, 06:20 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ୧୦ କ୍ୱିଣ୍ଟାଲ୍‌ ଚନ୍ଦନ କାଠ ପାଇଁ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ହେଲେ ତାମିଲ୍‌ନାଡୁ ରାଜ୍ୟ ସରକାର ଏକ କ୍ୱିଣ୍ଟାଲ୍‌ ଚନ୍ଦନକାଠ ଦେବେ ବୋଲି କହିଛନ୍ତି। ଉତ୍ତମମାନରୁ ଏହି ଚନ୍ଦନ କାଠ ଶ୍ରୀମନ୍ଦିରକୁ ଆସିବ। ସେଥିପାଇଁ ସମସ୍ତ ପ୍ରକାର ଅନୁମତି ତାମିଲନାଡୁ ବନ ବିଭାଗ ଦେଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ।

୨୦୨୧ ରଥଯାତ୍ରାର ପକ୍ରିୟା ଆରମ୍ଭ ହୋଇଛି। ବଡ଼ରାଉଳ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି। ୬୯ ଖଣ୍ଡ କାଠ ବଳକା ରହିଛି। ମୋଟ ୭୯୬ ଅସନ, ଧଉରା ଓ ଫାସୀ କାଠର ଆବଶ୍ୟକତା ରହିଛି।

ଆସନ୍ତା ୨୧ ତାରିଖରୁ ବିନା କୋଭିଡ ରିପୋର୍ଟରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଥର୍ମାଲ ସ୍କାନିଂ ଓ ସାନିଟାଇଜ କରିବା ପରେ ସମସ୍ତ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଥର୍ମାଲ ସ୍କାନିଂରେ ଯାହାର ଜ୍ୱର ମାତ୍ରା ୧୦୦ ଫାରାନାଇଟ ଉପରେ ରହିବ, ସେମାନେ ଦର୍ଶନ ପାଇଁ ଯାଇପାରିବେନାହିଁ। ସେପଟେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

ଜମି ବିକ୍ରି, ଲ୍ୟାଣ୍ଡ ଆକ୍ୟୁଜେସନ ଓ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ବିକ୍ରି ଵାଵଦରେ ୧୧ କୋଟି ଟଙ୍କା କେଉଁ ଵ୍ୟାଙ୍କରେ ଡିପୋଜିଟ କରାଯିବ ତାକୁ ନେଇ ଟେଣ୍ଡର ଡକାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos