ଥମୁନି ଅନ୍ଧବିଶ୍ୱାସ: ପୁଣି ଏକ ନବଜନ୍ମିତକୁ ଚେଙ୍କ

ଜୟପୁର: ଅନ୍ଧବିଶ୍ୱାସର ଶିକାର ହୋଇଛି ଆଉ ଜଣେ ୨୨ ଦିନର ଶିଶୁ। ରୋଗ ଭଲ କରିବା ପାଇଁ ଦିଶାରୀ ପରାମର୍ଶରେ ଶିଶୁଟିର ଶରୀର ସାରା ଦିଆଯାଇଛି ତତଲା ଲୁହା ଚେଙ୍କ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଝୋଡିଗୁଡ଼ା ଗାଁରେ। ମିଳିଥିବା ସୂଚନା ଅନୁସାରେ ଗାଁର ଖଗେଶ୍ୱର ହରିଜନଙ୍କ ଶିଶୁପୁତ୍ରର ଦେହ ଖରାପ ହେବାରୁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକେ। ରୋଗ ଭଲ କରିବାକୁ ସ୍ଥାନୀୟ ଜଣେ ଦିଶାରୀଙ୍କ ପାଖକୁ ଯାଇଥିଲେ।  ଆଉ ଦିଶାରୀର […]

sisu-2

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 02:59 AM IST

ଜୟପୁର: ଅନ୍ଧବିଶ୍ୱାସର ଶିକାର ହୋଇଛି ଆଉ ଜଣେ ୨୨ ଦିନର ଶିଶୁ। ରୋଗ ଭଲ କରିବା ପାଇଁ ଦିଶାରୀ ପରାମର୍ଶରେ ଶିଶୁଟିର ଶରୀର ସାରା ଦିଆଯାଇଛି ତତଲା ଲୁହା ଚେଙ୍କ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଝୋଡିଗୁଡ଼ା ଗାଁରେ। ମିଳିଥିବା ସୂଚନା ଅନୁସାରେ ଗାଁର ଖଗେଶ୍ୱର ହରିଜନଙ୍କ ଶିଶୁପୁତ୍ରର ଦେହ ଖରାପ ହେବାରୁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକେ। ରୋଗ ଭଲ କରିବାକୁ ସ୍ଥାନୀୟ ଜଣେ ଦିଶାରୀଙ୍କ ପାଖକୁ ଯାଇଥିଲେ।

 ଆଉ ଦିଶାରୀର ପରାମର୍ଶରେ କଅଁଳା ଶିଶୁଟିର ଦେହସାରା ଲୁହା ଚେଙ୍କ ଦିଆଯାଇଥିଲା। ଚେଙ୍କ ଦେବା ପରେ ଶିଶୁପୁତ୍ରଟିର ଦେହ ଆହୁରି ଖରାପ ହୋଇପଡ଼ିଥିଲା। ଶେଷରେ ସଂକଟାପନ୍ନ ଅବସ୍ଥାରେ ତାକୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଡାକ୍ତର କହିଛନ୍ତି।

କିଛି ଦିନ ତଳେ ନବରଙ୍ଗପୁରରେ ଅନୁରୂପ ଘଟଣା ଘଟିଥିଲା। ରୋଗ ଭଲ କରିବା ପାଇଁ ଦିଶାରୀ ପରାମର୍ଶରେ ମାତ୍ର ୨୭ ଦିନର ଶିଶୁକୁ ତତଲା ଲୁହାକଣ୍ଟା ଚେଙ୍କ ଦିଆଯାଇଥିଲା। ପରେ ସଂପୃକ୍ତ ଦିଶାରୀକୁ ଗିରଫ କରାଯାଇଥିଲା।

Related story