ଟଙ୍କା ଫେରସ୍ତ ଦାବିରେ ଚିଟଫଣ୍ଡ ଜମାକାରୀଙ୍କ ଗଣ ସତ୍ୟାଗ୍ରହ ଆରମ୍ଭ

ବାରିପଦା: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କ। ଫେରସ୍ତ ଦାବି ନେଇ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ’ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ଗଣ ସତ୍ୟାଗ୍ରହ । ବାରିପଦା ସହରରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ସତ୍ୟାଗ୍ରହ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବାରିପଦାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଶତାଧିକ ଜମାକାରୀ ଓ ଏଜେଣ୍ଟ  ମଧୁବନ ପଡ଼ିଆରୁ ତହସିଲ କାର୍ଯ୍ୟାଳୟ ଯାଏଁ ଏକ ଶୋଭାଯାତ୍ରାରେ ଯାଇଥିଲେ । ପରେ ତହସିଲ୍ କାର୍ଯ୍ୟାଳୟ ପରିସରରେ […]

baripada

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 01:21 PM IST

ବାରିପଦା: ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କ। ଫେରସ୍ତ ଦାବି ନେଇ ‘ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ' ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ଗଣ ସତ୍ୟାଗ୍ରହ । ବାରିପଦା ସହରରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ସତ୍ୟାଗ୍ରହ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବାରିପଦାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଶତାଧିକ ଜମାକାରୀ ଓ ଏଜେଣ୍ଟ  ମଧୁବନ ପଡ଼ିଆରୁ ତହସିଲ କାର୍ଯ୍ୟାଳୟ ଯାଏଁ ଏକ ଶୋଭାଯାତ୍ରାରେ ଯାଇଥିଲେ । ପରେ ତହସିଲ୍ କାର୍ଯ୍ୟାଳୟ ପରିସରରେ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତିବାଦ ସଭା କରାଯାଇଥିଲା। ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମିଳିତ ମଞ୍ଚର ରାଜ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ କିଶୋର ଦାସଙ୍କ ସମେତ ବହୁ ଏଜେଣ୍ଟ ଓ ଜମାକାରୀ ଯୋଗ ଦେଇଥିଲେ ।

Related story