ପେଟ୍ରୋଲ ଟ୍ୟାଙ୍କରରେ ଥିଲା ୭୫ ଲକ୍ଷ ଟଙ୍କାର ବେଆଇନ ଜିନିଷ

କୋରାପୁଟ (ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଲାଣ ପାଇଁ ମାଫିଆ ବାଛିଥିଲେ ପେଟ୍ରୋଲ ନେବା ଆଣିବା କରୁଥିବା ଏକ ଟ୍ୟାଙ୍କରକୁ। କିନ୍ତୁ ସେମାନଙ୍କର ଏହି ତରିକା ଫେଲ୍ ମାରିଲା। ଆଉ ଧରି ପକାଇଲା ପୁଲିସ୍। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ସେମିଳିଗୁଡ଼ା ପୁଲିସ୍। ଲମତାପୁଟ ଅଞ୍ଚଳରୁ ଟ୍ୟାଙ୍କରଟି ବିହାର ଯାଉଥିବା ବେଳେ ସେମିଳିଗୁଡ଼ା ପୁଲିସ୍ ଏହାକୁ ଧରିଥିଲା। ସେମିଳିଗୁଡ଼ା ଥାନା ଅଧିକାରୀ […]

truck

truck

Jitendra Garnayak
  • Published: Sunday, 31 January 2021
  • Updated: 31 January 2021, 03:08 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ଗଞ୍ଜେଇ ଚାଲାଣ ପାଇଁ ମାଫିଆ ବାଛିଥିଲେ ପେଟ୍ରୋଲ ନେବା ଆଣିବା କରୁଥିବା ଏକ ଟ୍ୟାଙ୍କରକୁ। କିନ୍ତୁ ସେମାନଙ୍କର ଏହି ତରିକା ଫେଲ୍ ମାରିଲା। ଆଉ ଧରି ପକାଇଲା ପୁଲିସ୍। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ।

ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ସେମିଳିଗୁଡ଼ା ପୁଲିସ୍। ଲମତାପୁଟ ଅଞ୍ଚଳରୁ ଟ୍ୟାଙ୍କରଟି ବିହାର ଯାଉଥିବା ବେଳେ ସେମିଳିଗୁଡ଼ା ପୁଲିସ୍ ଏହାକୁ ଧରିଥିଲା।

ସେମିଳିଗୁଡ଼ା ଥାନା ଅଧିକାରୀ ଧୀରେନ୍ କୁମାର ବେହେରା କହିଛନ୍ତି, ଟ୍ୟାଙ୍କରୁ ୧୫ କ୍ୱିଣ୍ଟାଲ ୭୭ କେଜି ଗଞ୍ଜେଇ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ।

ପୁଲିସ୍ ଟ୍ୟାଙ୍କର ଓ ଗଞ୍ଜେଇ ଜବତ କରିଥିବା ବେଳେ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିଲେ। ଟ୍ୟାଙ୍କର ଡ୍ରାଇଭରକୁ ମିଶାଇ ଟ୍ୟାଙ୍କରରେ ମୋଟ ୩ ଜଣ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos