ଯାନ୍ତ୍ରିକ ତ୍ରୁଟି ଯୋଗୁ ୫ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ

ରାଉରକେଲା (ପବନ ତିୱାରୀ): ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁରୀ-ହାତିଆ ତପସ୍ୱିନୀ ଏକ୍ସପ୍ରେସ ୨ଟି ଷ୍ଟେସନରେ ପ୍ରାୟ ୫ ଘଣ୍ଟା  ଅଟକି ରହିଥିଲା।   ଟ୍ରେନଟି ପ୍ରଥମେ  ଅନୁଗୋଳ ଷ୍ଟେସନରେ ୨ ଘଣ୍ଟା ଅଟକି ଥିବା ବେଳେ  ଏହାପରେ ସମ୍ବଲପୁର ଜିଲ୍ଲାର ବାମୁର ଷ୍ଟେସନ ନିକଟରେ ତିନି ଘଣ୍ଟା  ପଡ଼ି ରହିଥିଲା।  ଉକ୍ତ ଟ୍ରେନ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯାତ୍ରା କରୁଥିବା ସୂଚନା ମିଳିଛି।  ଟ୍ରେନଟି ୫ ଘଣ୍ଟା ହେବ ଅଟକି ରହିଥିବା ନେଇ ରେଳ […]

train,,,99

Tapaswini Nayak
  • Published: Saturday, 04 January 2020
  • , Updated: 04 January 2020, 09:37 AM IST

ରାଉରକେଲା (ପବନ ତିୱାରୀ): ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁରୀ-ହାତିଆ ତପସ୍ୱିନୀ ଏକ୍ସପ୍ରେସ ୨ଟି ଷ୍ଟେସନରେ ପ୍ରାୟ ୫ ଘଣ୍ଟା  ଅଟକି ରହିଥିଲା।   ଟ୍ରେନଟି ପ୍ରଥମେ  ଅନୁଗୋଳ ଷ୍ଟେସନରେ ୨ ଘଣ୍ଟା ଅଟକି ଥିବା ବେଳେ  ଏହାପରେ ସମ୍ବଲପୁର ଜିଲ୍ଲାର ବାମୁର ଷ୍ଟେସନ ନିକଟରେ ତିନି ଘଣ୍ଟା  ପଡ଼ି ରହିଥିଲା।  ଉକ୍ତ ଟ୍ରେନ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯାତ୍ରା କରୁଥିବା ସୂଚନା ମିଳିଛି। 

ଟ୍ରେନଟି ୫ ଘଣ୍ଟା ହେବ ଅଟକି ରହିଥିବା ନେଇ ରେଳ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ଜୁଏଲ ଓରାମ। ଜୁଏଲଙ୍କ ସହ RSSର କ୍ଷେତ୍ର ସଂପର୍କ ଅଧିକାରୀ ପ୍ରସନ୍ନ ମିଶ୍ର ମଧ୍ୟ ସେହି ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ଟ୍ରେନ୍‌ ବିଳମ୍ବ ହେବା ଦୁର୍ଭାଗ୍ୟଜନକ ବୋଲି ଜୁଏଲ କହିବା ସହ ଅସନ୍ତୋଷ ପ୍ରକଟ କରିଥିଲେ। ରେଳବାଇ ଅଧିକାରୀ ଏହାର ମରାମତି ନିମନ୍ତେ ତତ୍ପରତା ନ ଦେଖାଇବା  ଘଟଣାକୁ ସେ ସମାଲୋଚନା କରିବା ସହ ଏଥିଯୋଗୁ  ଶହ ଶହ ଯାତ୍ରୀ ହଇରାଣ ହେଉଥିବା ଟ୍ୱିଟରେ ଉଲ୍ଲେଖ କରିଥିଲେ।

ଏହାପରେ ରେଳ ବିଭାଗ ପକ୍ଷରୁ ଟ୍ରେନ୍‌ର ଇଞ୍ଜିନ ମରାମତି କାମ ଆରମ୍ଭ ହୋଇଥିଲା । ସକାଳ ପ୍ରାୟ ୯ଟା ପରେ ଟ୍ରେନ୍‌ଟି ବାମୁର ଷ୍ଟେଶନ ଛାଡ଼ିଛି। ଅନ୍ୟପକ୍ଷରେ ଟ୍ରେନ୍‌ ବିଳମ୍ବ ହେବା ଯୋଗୁ ଯାତ୍ରୀମାନେ ଅନ୍ତୋଷ ପ୍ରକାଶ କରିଛନ୍ତି।

Related story