ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନାରେ ସୁସ୍ଥ ହେବା ପରେ ଏବେ କୋଭିଡ୍ ପରବର୍ତ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବା ପରେ ଚିକିତ୍ସିତ ହେଉଛନ୍ତି ତପୁ । ତେବେ ଗତ କିଛି ଦିନ ଭିତରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି କହିଛନ୍ତି ତପୁଙ୍କ ଭଉଣୀ ଧୃତି ଦୀପା। କୋଲକାତା କିମ୍ବା ଚେନ୍ନାଇରେ ଯଦି, ତାଙ୍କ ଚିକିତ୍ସା କରାଯାଇପାରିଲେ ତପୁ ସୁସ୍ଥ ହୋଇପାରିବେ ବୋଲି କହିଛନ୍ତି ତାଙ୍କ ଭଉଣୀ।
ଏଥିପାଇଁ ତାଙ୍କୁ ସରକାର ଏବଂ ଲୋକଙ୍କ ସହାୟତା ଆବଶ୍ୟକ କରିଛନ୍ତି । ତାଙ୍କ ଭଉଣୀ କହିଛନ୍ତି ଯେ, ଗତ ମେ’ ମାସରେ ବାପାଙ୍କର କୋଭିଡ୍ରେ ମୃତ୍ୟୁ ହୋଇଥିଲା। ପରେ ତପୁ ମିଶ୍ରଙ୍କ ଶରୀରେ ମାଇଲଡ୍ କୋଭିଡ୍ ଲକ୍ଷଣ ଦେଖାଯାଥିଲା। ପରେ ହଠାତ୍ ସେ ଗୁରୁତର ହୋଇପଡ଼ିଲେ । ତାଙ୍କ ଅକ୍ସିଜେନ ସ୍ଥର କମି ଯାଥିଲା। ତେଣୁ ତାଙ୍କୁ ଅମେ ହସପିଟାଲରେ ଭର୍ତ୍ତି କରିଥିଲୁ।
ସେଠାରେ ସେ ୭-୮ ଦିନ ରହିଲେ। ହେଲେ କୌଣସି ଉନ୍ନତି ହେଲାନି । ପରେ ଆମେ ତାଙ୍କୁ ସମକୁ ସ୍ଥାନାନ୍ତର କରିଥିଲୁ। ସେ କୋଭିଡରୁ ଭଲ ହୋଇଯାଇଛନ୍ତି। ଏବେ ତାଙ୍କର ଫୁସଫୁସ୍ ଚିକିତ୍ସା ଚାଲିଛି। ଅକ୍ସିଜେନ ସ୍ଥର କମୁଛି। କୋଲକାତା କିମ୍ବା ଚେନ୍ନାଇରେ ଯଦି, ତାଙ୍କ ଚିକିତ୍ସା କରାଯାଇପାରିବ ତପୁ ସୁସ୍ଥ ହୋଇପାରିବେ ବୋଲି କହିଛନ୍ତି । ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।
ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିବେଦନ କରିଛନ୍ତି। ଏନେଇ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଅପିଲ କରିଛନ୍ତି। ତାଙ୍କ ଶୁଭେଚ୍ଛୁକମାନେ ତପୁ ମିଶ୍ରଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଛନ୍ତି ତପୁ ମିଶ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।