ପ୍ରସାଦଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବେନି ଯୋଗେଶ: ତାରା କହିଲେ- ଲଢ଼ିବି କି ନାହିଁ ଜାଣିନି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କଂଗ୍ରେସର ଆଭ୍ୟନ୍ତରଣ ସ୍ଥିତି ଭଲ ନାହିଁ। ପିସିସି ମୁଖିଆ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ ପସନ୍ଦ କରୁନାହାଁନ୍ତି କିଛି ବିଧାୟକ। ଏପରିକି ସେମାନେ ପ୍ରସାଦଙ୍କ ନେତୃତ୍ୱରେ ୨୦୧୯ ସାଧାରଣ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଖୋଲାଖୋଲି ପ୍ରକାଶ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଯୋଗେଶ କହିଛନ୍ତି- ‘ପ୍ରସାଦ ଓ ହରିଆ (ହରି ପ୍ରସାଦ)ଙ୍କ ଦୁର୍ବଳ ନେତୃତ୍ୱରେ ନିର୍ବାଚନ ଲଢ଼ିବି ନାହିଁ ବୋଲି ଆଗରୁ କହିଥିଲି ଓ ଏବେ ମଧ୍ୟ କହୁଛି।’
ବିଧାନସଭା ରଣନୀତି ପ୍ରସ୍ତୁତି ପାଇଁ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କ୍ୱାର୍ଟର୍ସରେ ବସିଥିଲା ବିଧାୟକ ଦଳ ବୈଠକ। ପରେ ଯୋଗେଶ ସିଂହ ବାହାରକୁ ଆସି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇଥିଲେ। କହିଥିଲେ- “ବୈଠକରେ ବିଧାନସଭା ରଣନୀତି ନେଇ ଆଲୋଚନା ହେଲା। କିନ୍ତୁ ଦଳୀୟ ସ୍ଥିତି ନେଇ କିଛି ଆଲୋଚନା ହୋଇନାହିଁ।”
ଦଳୀୟ ସ୍ଥିତି ନେଇ ସେ କହିଛନ୍ତି- “ଦଳ କେମିତି ଚାଲିବ ତାହା ପିସିସି ସଭାପତି କହିପାରିବେ। ଏହା ତାଙ୍କର ଦାୟିତ୍ୱ। ଏଆଇସିସି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀରୁ ଡାକରା ଆସିଛି। ମାତ୍ର ମୁଁ ଦିଲ୍ଲୀ ଯିବି ନାହିଁ।”
୨୦୧୯ ପର୍ଯ୍ୟନ୍ତ ପ୍ରସାଦ ପିସିସି ସଭାପତି ରହିଲେ ନିର୍ବାଚନ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଯୋଗେଶ କହିଛନ୍ତି- “ପ୍ରଥମେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚେଷ୍ଟା କରିବି। ଯଦି ନେତୃତ୍ୱ ପରିବର୍ତ୍ତନ ନହେଲା, ତାହେଲେ କଂଗ୍ରେସରେ ରହିବି ନାହିଁ। ଏନେଇ ପୂର୍ବରୁ ସୂଚନା ଦେଇଛି। ପ୍ରସାଦ ଓ ହରିପ୍ରସାଦଙ୍କ ନେତୃତ୍ୱକୁ ଗ୍ରହଣ କରିପାରୁ ନାହିଁ। ତେଣୁ ସେମାନଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବି ନାହିଁ। ଦଳ ଛାଡ଼ିବା ପୂର୍ବରୁ ମୋ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପରାମର୍ଶ ନେବି। ତା’ପରେ ଯାଇ ନିଷ୍ପତ୍ତି ନେବି।”
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“୨୦୧୯ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ରହିଲେ ମୁଁ ନିର୍ବାଚନ ଲଢ଼ିବି କି ନାହିଁ ଜାଣିନି। ନିର୍ବାଚନ ଲଢ଼ିବା ପାଇଁ ମୋର ମନ ତ କହୁନି। କିନ୍ତୁ ସେତେବେଳେ କ’ଣ ପରିସ୍ଥିତି ହେବ ଜାଣିନି, ଆଗରୁ କେମିତି କହିବି?”
ସେ କହିଛନ୍ତି-“କଂଗ୍ରେସକୁ ବଞ୍ଚେଇ ରଖିବା ପାଇଁ ଏହି ଲଢ଼େଇ ଚାଲିଛି। ଏହା କୌଣସି ବ୍ୟକ୍ତିଗତ ଲଢ଼େଇ ନୁହେଁ। ଏହି ଲଢ଼େଇ ବିଜେପି ଓ ବିଜେଡି ବିରୋଧରେ। କଂଗ୍ରେସ କେମିତି ଶାସନକୁ ଆସିବ ଓ ଲୋକଙ୍କ ହିତ ପାଇଁ କାମ କରିବ ସେଥିପାଇଁ ଏହି ଲଢ଼େଇ।”
Ordigital Desk
• Published: Wednesday, 14 March 2018
• Updated: 14 March 2018, 06:27 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos