ବିଧାନସଭାରେ ଅସୁସ୍ଥ ହେଲେ ତାରାପ୍ରସାଦ ବାହିନୀପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଚାଲିଥିବା ବେଳେ ଗୃହ ଭିତରେ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରିବା ବେଳେ ଅସୁସ୍ଥ ହୋଇଯାଇଥିଲେ। ସହଯୋଗୀମାନେ ତାଙ୍କୁ ଉଠାଇ ଥିଲେ। ସଚିବାଳୟ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିଥିଲେ। ପରେ ତାଙ୍କୁ ଘରେ ଛଡ଼ି ଦିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଜୟପୁର ବିଧାୟକ ତାରା ବାହିନୀପତି ପୂର୍ବରୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଭୁବନେଶ୍ୱରରେ ଚିକିତ୍ସା ହେବା […]

Tara Prasad Bahinipati

Tapas Behera
  • Published: Saturday, 04 September 2021
  • , Updated: 04 September 2021, 05:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଚାଲିଥିବା ବେଳେ ଗୃହ ଭିତରେ ଅସୁସ୍ଥ ହୋଇପଡ଼ିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରିବା ବେଳେ ଅସୁସ୍ଥ ହୋଇଯାଇଥିଲେ। ସହଯୋଗୀମାନେ ତାଙ୍କୁ ଉଠାଇ ଥିଲେ। ସଚିବାଳୟ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିଥିଲେ। ପରେ ତାଙ୍କୁ ଘରେ ଛଡ଼ି ଦିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଜୟପୁର ବିଧାୟକ ତାରା ବାହିନୀପତି ପୂର୍ବରୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଭୁବନେଶ୍ୱରରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇଥିଲେ। ପରେ ଘରକୁ ଚାଲି ଯାଇଥିଲେ। ମାତ୍ର ସେ ଘରେ ପହଞ୍ଚିବା ପରେ ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ଯୋଗୁ ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିଲେ। ସେ ସିକନ୍ଦରାବାଦସ୍ଥିତ କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଚିକିତ୍ସା ହେବା ପରେ ତାରା ଘରକୁ ଫେରିଥିଲେ।

Related story