ବିଶ୍ୱବିଦ୍ୟାଳୟ ବିଲକୁ ବିରୋଧ, ବିଲ୍ କପି ଚିରିଲେ ତାରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନରେ ୭ଟି ବିଲକୁ ରାଜ୍ୟ ସରକାର ଉପସ୍ଥାପିତ କରିଛନ୍ତି। ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଥିବାବେଳେ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବିଲ୍ କପିକୁ ଗୃହ ଭିତରେ ଚିରି ପ୍ରତିବାଦ ଜଣାଇଛନ୍ତି। କଂଗ୍ରେସ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି। ଆଜି ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ […]

890

890

Tapas Behera
  • Published: Tuesday, 29 September 2020
  • Updated: 29 September 2020, 05:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନରେ ୭ଟି ବିଲକୁ ରାଜ୍ୟ ସରକାର ଉପସ୍ଥାପିତ କରିଛନ୍ତି। ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଥିବାବେଳେ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବିଲ୍ କପିକୁ ଗୃହ ଭିତରେ ଚିରି ପ୍ରତିବାଦ ଜଣାଇଛନ୍ତି। କଂଗ୍ରେସ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି।
ଆଜି ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୭ଟି ବିଲ୍ ଆଗତ କରାଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗୃହରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଗତ କରିବାପରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ, ଏହି ସଂଶୋଧନ ଦ୍ୱାରା  ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତା କ୍ଷୂଣ୍ଣ ହେବ। ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖି ଶୈକ୍ଷିକ ବାତାବରଣକୁ ନଷ୍ଟ କରିବାକୁ ସରକାର ଚାହୁଁଛନ୍ତି।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, କରୋନା ମହାମାରୀବେଳେ ଏହି ବିଲ୍ ଗୃହରେ ଆଗତ ହେବାର କ’ଣ ଆବଶ୍ୟକତା ରହିଛି। କରୋନା ସହ ଏ ବିଲର ସମ୍ପର୍କ ଅଛି ଓ ଏହାକୁ ଗୃହୀତ କରିିବାକୁ ସରକାର ଏତେ ତରବର ହେଉଛନ୍ତି କାହିଁକି। ଏହି ବିଲ୍ ଆଣିବା ପଛରେ ସରକାରଙ୍କ ନିଶ୍ଚିତ କୌଣସି ମନ୍ଦ ଉଦ୍ଦେଶ୍ୟ ରହିଛି। ବିଲ୍ ଗୃହୀତ ହେବାବେଳେ ଡିଭିଜନ ହେଉ ବୋଲି ନରସିଂହ ଦାବି କରିଛନ୍ତି।
ସେହିପରି କଂଗ୍ରେସ ମୁଖ୍ୟ ସଚେତକ ଶ୍ରୀ ବାହିନୀପତି ଗୃହ ଭିତରେ ଏହି ବିଶ୍ୱବିଦ୍ୟାଳୟ ବିଲର କପିକୁ ଚିରି ଏହା ଏକ କଳା ବିଲ୍ ବୋଲି କହିଛନ୍ତି। ଏହି ବିଲକୁ ତର୍ଜମା ପାଇଁ ସରକାର ବିଧାନସଭାର ସିଲେକ୍ଟ କମିଟିକୁ ପଠାନ୍ତୁ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଲ୍ ଉପସ୍ଥାପନ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ଏହି ବିଲ୍ ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତା କ୍ଷୂଣ୍ଣ ହେବନାହିଁ । ସବୁ ବିଶ୍ୱବିଦ୍ୟାଳୟ ଗୋଟିଏ ଆଇନରେ ପରିଚାଳିତ ହେବ। ଏହି ଆଇନରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ। ରାଜ୍ୟ ସରକାର ଏସବୁ ବିଶ୍ୱବିଦ୍ୟାଳୟକୁ ଗତ ୩ବର୍ଷ ମଧ୍ୟରେ ୧୦୩୪କୋଟି ଟଙ୍କାର ଅନୁଦାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ପ୍ରଥମାର୍ଦ୍ଧରେ ଗୃହରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ବିଧାନସଭାର ୨ଜଣ ସଦସ୍ୟ, ୧୧ଜଣ ପୂର୍ବତନ ସଦସ୍ୟ,  ଭାରତୀୟ ସେନାର ୨ଜଣ ଓ ଓଡ଼ିଶା ପୁଲିସର ୩ଜଣ ଯବାନଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆଗତ ହୋଇ ସେମାନଙ୍କର ସ୍ମୃତିଚାରଣ କରାଯାଇଥିଲା। ଏହାସହିତ କରୋନା ମହାମାରୀବେଳେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା ଓ ସେମାନଙ୍କର ବଳିଦାନକୁ ପ୍ରଶଂସା କରାଯାଇଥିଲା।
ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ୩ଟାରେ ଆରମ୍ଭ ହେବାପରେ ସରକାରଙ୍କ ପକ୍ଷରୁ ରିପୋର୍ଟ ଓ  ୭ଟି ବିଲ୍ ଆଗତ କରାଯାଇଥିଲା। ତେବେ ବିଶ୍ୱବିଦ୍ୟାଳୟ ବିଲକୁ ନେଇ ଗୃହ ସରଗରମ ହେବାପରେ ବାଚସ୍ପତି ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story