ଜାତୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ଅପିଲ କଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମାମଲାର ତଦନ୍ତ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ୱାରା କରାଯାଉ। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଆଜି ଏପରି ଅପିଲ୍‌ କରିଛନ୍ତି। ରାଜ୍ୟ ଅଧିକାରୀଙ୍କ ପକ୍ଷପାତ ଆଚରଣ ଯୋଗୁ କେନ୍ଦ୍ର ତଦନ୍ତ କରୁ ବୋଲି ଜଗି କହିଛନ୍ତି। ପ୍ରେସ୍‌ରିଲିଜ୍‌ ଜାରି କରି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା କହିଛନ୍ତି-“ବିଗତ କିଛି ମାସରେ ପୁଲିସ ୨୦ରୁ ଅଧିକ ମିଛ ମାମଲା କରିଛି। କଂପାନୀ, କର୍ମଚାରୀ ଓ ପରିବାର […]

jagi

jagi

Manoranjan Sial
  • Published: Saturday, 21 November 2020
  • Updated: 21 November 2020, 05:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମାମଲାର ତଦନ୍ତ ନିରପେକ୍ଷ ଜାତୀୟ ସଂସ୍ଥା ଦ୍ୱାରା କରାଯାଉ। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ଆଜି ଏପରି ଅପିଲ୍‌ କରିଛନ୍ତି। ରାଜ୍ୟ ଅଧିକାରୀଙ୍କ ପକ୍ଷପାତ ଆଚରଣ ଯୋଗୁ କେନ୍ଦ୍ର ତଦନ୍ତ କରୁ ବୋଲି ଜଗି କହିଛନ୍ତି।

ପ୍ରେସ୍‌ରିଲିଜ୍‌ ଜାରି କରି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା କହିଛନ୍ତି-“ବିଗତ କିଛି ମାସରେ ପୁଲିସ ୨୦ରୁ ଅଧିକ ମିଛ ମାମଲା କରିଛି। କଂପାନୀ, କର୍ମଚାରୀ ଓ ପରିବାର ଲୋକଙ୍କ ନାଁରେ ମିଛ ମାମଲା କରାଯାଇଛି। ଏମିତିକି ମୋର ୮୪ ବର୍ଷ ବୟସ୍କ ବାପାଙ୍କ ନାଁରେ ମଧ୍ୟ ମାମଲା ହୋଇଛି। ଓଟିଭିର ୨୩ ବର୍ଷର ତ୍ରୁଟିଶୂନ୍ୟ ଟ୍ରାକ ରେକର୍ଡକୁ କାଉଣ୍ଟର କରିବା ପାଇଁ ଏ ସବୁ ମାମଲା କରାଯାଇଛି। ଆମ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଦୃଢ଼ ଖଣ୍ଡନ କରୁଛୁ। ଆମ ଦ୍ୱାରା କିଛି ଭୁଲ କାର୍ଯ୍ୟ ହୋଇନି। କୋର୍ଟରେ ନିଶ୍ଚିତ ପ୍ରମାଣ ହେବ। ୨୧ ବର୍ଷର ବିଜେଡି ସରକାର ଦ୍ୱାରା ଏସବୁ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆକ୍ରୋଶ ପାଇଁ ମିଛ ମାମଲା କରାଯାଉଛି।”

ସେ ଆହୁରି କହିଛନ୍ତି-“ମୋ ସ୍ୱାମୀ ବୈଜୟନ୍ତ ପଣ୍ଡା ବିଜେଡି ସରକାରର ମୁଖା ଖୋଲିବାରୁ ଏହି ଆକ୍ରୋଶ। ସରକାରଙ୍କ ଦୁର୍ନୀତି ବିଷୟରେ କହିବା ଓ ବିଜେପିରେ ମିଶିବାରୁ ଆକ୍ରୋଶ କରାଯାଉଛି। ଏହା ଯୋଗୁ ବିଜେଡି ଓ ସରକାର ଆମ ପରିବାର ଏବଂ କଂପାନୀକୁ ଟାର୍ଗେଟ କରୁଛି। ସରକାରଙ୍କ ଦୁର୍ନୀତି ମୁଖା ଖୋଲିବାରୁ ଓଟିଭିକୁ ଟାର୍ଗେଟ କରାଯାଉଛି। ନିକଟରେ କୋଭିଡ୍‌ ପାଣ୍ଠି ଦୁର୍ନୀତି ଖୁଲାସା କରିବାରୁ ଟାର୍ଗେଟ ହୋଇଛି।”

କୋର୍ଟରେ ମାମଲା ଖାରଜ ପ୍ରସଙ୍ଗରେ ଜଗି କହିଛନ୍ତି-“ଆମକୁ ହଇରାଣର ସଦ୍ୟ ନମୁନା ହେଉଛି ୫ କର୍ମଚାରୀଙ୍କ ଗିରଫ। ଏମିତିକି ସେଥିରୁ ୨ ଜଣଙ୍କୁ ଇସ୍ତଫା ପାଇଁ ବାଧ୍ୟ କରାଯାଇଛି। ପୁଲିସ କଷ୍ଟୋଡିରେ ଥିବା ବେଳେ ଇସ୍ତଫା ପାଇଁ ବାଧ୍ୟ କରାଯାଇଛି। ଆମେ ସର୍ବଦା ତଦନ୍ତରେ ସହଯୋଗ କରି ଆସୁଛୁ। ଏମିତିକି ଆମର ଅନେକ କର୍ମଚାରୀ ଥାନାକୁ ଯାଇ ଜେରା ହେଉଛନ୍ତି। ରାତି ଅଧିଆ ଗିରଫଦାରୀ ସତ୍ତ୍ୱେ ଆମ କର୍ମଚାରୀ ଯାଇ ଜେରା ହେଉଛନ୍ତି। ଜଣେ ଗିରଫ କର୍ମଚାରୀଙ୍କ ମାମଲା ରଦ୍ଦ ପାଇଁ ହାଇକୋର୍ଟ ଯାଇଥିଲୁ। ମାମଲା ଚାଲିଥିବା ବେଳେ ସଂପୃକ୍ତ କର୍ମଚାରୀ ଇସ୍ତଫା ଦେଇଥିଲେ। ସଂପୃକ୍ତ କର୍ମଚାରୀ ଇସ୍ତଫା ଦେବା ପରେ ତାଙ୍କୁ ଜାମିନ ମିଳିଥିଲା। ଏବେ ଉକ୍ତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ନିୟମିତ ହଇରାଣ କରାଯିବା ନେଇ କୋର୍ଟଙ୍କୁ ନ୍ୟାୟ ମାଗିଚାଲିବୁ। କୋର୍ଟକୁ ଯିବା ସତ୍ତ୍ୱେ ବି ଆମେ ତଦନ୍ତ ସଂସ୍ଥାକୁ ସହଯୋଗ କରିଚାଲିବୁ।”

ଜାତୀୟ ଗଣମାଧ୍ୟମମାନଙ୍କୁ ଅପିଲ କରି ଜଗି କହିଛନ୍ତି-“ସମସ୍ତ ସତ ଘଟଣାକୁ ପ୍ରସାରଣ କରିବାକୁ ଜାତୀୟ ଗଣମାଧ୍ୟମକୁ ଅପିଲ କରୁଛୁ। ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ଭରସା ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story