ମରଣ ଯେଉଁଠି ଜନମ ସେଇଠି: ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଜନ୍ମ ହେଲା ଛୁଆ

ଜି.ଉଦୟଗିରି: କଥାରେ ଅଛି ରଖେ ହରି ମାରେ କିଏ। ଯାହାର ଜୀବନ ଅଛି, ବଂଚିରହି ଏ ଦୁନିଆରେ ଲୀଳାଖେଳା କରିବାର ଅଛି, ତା ପାଇଁ କୌଣସି ବିପଦ କାଟୁ କରିବ ନାହିଁ। ସବୁ ବିପଦରୁ ସେ ବର୍ତ୍ତି ଆସିବ। ଏମିତି ଅନେକ ଘଟଣା ଆଗରୁ ଘଟିଛି, ଯାହା ଏହାକୁ ପ୍ରମାଣିତ କରିଛି। ଆଜି ଜି.ଉଦୟଗିରିର ଏକ ଭୟଙ୍କର ଘାଟିରେ ଏହା ପୁଣିଥରେ ପ୍ରମାଣିତ ହୋଇଛି। ଜି.ଉଦୟଗିରିର ଦେପ୍ଲାଙ୍ଗ ଘାଟି। ଭୌଗୋଳିକ ଦୃଷ୍ଟିରୁ ଜାଗାଟି ବିପଦ୍ଜନକ। ଟିକିଏ ବେହୁସିଆର […]

tata somo accident

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 11:08 PM IST

ଜି.ଉଦୟଗିରି: କଥାରେ ଅଛି ରଖେ ହରି ମାରେ କିଏ। ଯାହାର ଜୀବନ ଅଛି, ବଂଚିରହି ଏ ଦୁନିଆରେ ଲୀଳାଖେଳା କରିବାର ଅଛି, ତା ପାଇଁ କୌଣସି ବିପଦ କାଟୁ କରିବ ନାହିଁ। ସବୁ ବିପଦରୁ ସେ ବର୍ତ୍ତି ଆସିବ। ଏମିତି ଅନେକ ଘଟଣା ଆଗରୁ ଘଟିଛି, ଯାହା ଏହାକୁ ପ୍ରମାଣିତ କରିଛି। ଆଜି ଜି.ଉଦୟଗିରିର ଏକ ଭୟଙ୍କର ଘାଟିରେ ଏହା ପୁଣିଥରେ ପ୍ରମାଣିତ ହୋଇଛି।

ଜି.ଉଦୟଗିରିର ଦେପ୍ଲାଙ୍ଗ ଘାଟି। ଭୌଗୋଳିକ ଦୃଷ୍ଟିରୁ ଜାଗାଟି ବିପଦ୍ଜନକ। ଟିକିଏ ବେହୁସିଆର ହେଲେ ଆପଣଙ୍କ ଗାଡ଼ି ଖସିପଡ଼ିବ ତଳକୁ। ଆଜି ଏଇଠି ହିଁ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯେଉଁଥିରେ ୩ ଜଣଙ୍କର ପ୍ରାଣ ଯାଇଛି। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ଦୁର୍ଘଟଣା ଘଟିଥିବା ଗାଡ଼ିରେ ଜଣେ ଗର୍ଭବତୀ ପ୍ରସବ କରିବା ଘଟଣା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ଯେତେ ବିପଦ ଆସିଲେ ମଧ୍ୟ ତାକୁ କେହି ମାରି ପାରିବେ ନାହିଁ।

ଆଜି ଏକ ଟାଟାସୁମୋ ଗାଡ଼ି ଲେତିଙ୍ଗିଆରୁ କେ.ନୂଆଗାଁକୁ ଯାଉଥିଲା। ଏଥିରେ ଥିଲେ ୧୫ ଜଣରୁ ଅଧିକ ଯାତ୍ରୀ। ସେମାନଙ୍କ ମଧ୍ୟ ଲେତିଙ୍ଗିଆ ଗାଁର ଜଣେ ପ୍ରସୂତି ମଧ୍ୟ ଥିଲେ। ତେବେ ଦେପ୍ଲାଙ୍ଗ ଘାଟି ରାସ୍ତାରେ ଆଗ ଏକ୍ସଲ ଭାଙ୍ଗି ଯିବାରୁ ଟାଟା ସୁମୋଟି ଭାରସାମ୍ୟ ହରାଇ ଖସି ତଳକୁ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଗାଡ଼ି ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଡାକ୍ତରଙ୍କ ପାଖକୁ ଚେକ୍‌ଅପ୍‌ ପାଇଁ ଯାଉଥିବା ଜଣେ ଗର୍ଭବତୀ ମଧ୍ୟ ସେହି ଗାଡ଼ିରେ ଥିଲେ। ଏହି ଭୟଙ୍କର ଦୁର୍ଘଟଣା ଘଟିବା ଭିତରେ, ସଂପୃକ୍ତ ମହିଳା ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରେ ହିଁ ପୁତ୍ର ସନ୍ତାନଟିଏ ପ୍ରସବ କରିଥିଲେ। ଖବର ପାଇ ୧୦୮ ଆମ୍ୱୁଲାନ୍ସ ମା’ ଓ ଛୁଆଙ୍କୁ ଉଦ୍ଧାର କରି ବାଲିଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେହିପରି ଅନ୍ୟ ୧୦ ଆହତଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Related story