ନିଜ ଜୀବନ ଅନୁଭୂତି ବାଣ୍ଟିଲେ ମନୋଜ ଦାସ, ରସ୍କିମ ବଣ୍ଡ ଓ ମାର୍କ ଟୁଲି

Ordigital Desk
  • Published: Friday, 12 January 2018
  • , Updated: 12 January 2018, 05:34 PM IST
<p>ଭୁବନେଶ୍ୱର ହୋଟେଲ ଟ୍ରାଇଡେଣ୍ଟଠାରେ ଟାଟାଷ୍ଟିଲ ଲିଟେରାରୀ ମିଟ୍ ଆରମ୍ଭ ହୋଇଛି। ଏହି ଉତ୍ସବ ପ୍ରଥମ ଅଧିବେଶନରେ ଦୁଇ ଆନ୍ତର୍ଜାତିକ ଖ୍ୟୀତି ସଂପନ୍ନ ମନୋଜ ଦାସ ଓ ରସ୍କିନ ବଣ୍ଡ ଯୋଗ ଦେଇଥିଲେ। କାନଭାସରେ ଜଣେ ଅନ୍ୟର ନାମ ଲେଖି କାର୍ଯ୍ୟକ୍ରମକୁ ଉଦ୍&zwnj;ଘାଟନ କରିଥିଲେ। ଏହି ଅବସରରେ ମଣିଷ ଜୀବନରେ ସାହିତ୍ୟ ଓ ସୃଜନଶୀଳତାର ଗୁରୁତ୍ୱ ଓ ସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଓଡ଼ିଶାର ପ୍ରଖ୍ୟାତ ଲେଖକ ମନୋଜ ଦାସ। ଏଥିସହିତ ତାଙ୍କ ଜୀବନବ୍ୟାପି ସାହିତ୍ୟ ସାଧନା ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।</p> <p>କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ରସ୍କିନ୍ ବଣ୍ଡ ଓ ବିବିସିର ପୂର୍ବତନ ସମ୍ବାଦିକ ଓ ଲେଖକ ମାର୍କ ଟୁଲି ଯୋଗ ଦେଇଥିଲେ। ସେମାନଙ୍କ ସହ ଆଲୋଚନା କରିଥିଲେ &nbsp;ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷର ସୁବ୍ରତ ବାଗ୍&zwnj;ଚି। ବିଷୟ ବସ୍ତୁ ଥିଲା &lsquo;ଭରତୀୟ ଇତିହାସ ଓ ଭାରତୀୟ କଳ୍ପନ&rsquo;। ଏ ସମ୍ପର୍କରେ &nbsp;ଦେଢ଼ଘଣ୍ଟା କାଳ ଆଲୋଚନା କରିଥିଲେ। ଉଭୟ ଲେଖକ ନିଜ ବାଲ୍ୟ ଜୀବନ ଓ ସାହିତ୍ୟ ଜୀବନଉପରେ ଆଲୋକପାତ କରିଥିଲେ। ଦେଶଭକ୍ତି &nbsp;ସମ୍ପର୍କରେ ରସ୍କିନ୍&zwnj; ବଣ୍ଡ କହିଥିଲେ, ନିଜ ଦେଶକୁ ଶ୍ରେଷ୍ଠ ବୋଲି ଭାବିବା ହେଉଛି ଜାତୀୟତା ବୋଧ । ଏହାଛଡ଼ା ରସ୍କିନ ବଣ୍ଡ ଏମର୍ଜେନ୍&zwnj;ସି ସମୟରେ କିଭଳି ତାଙ୍କୁ ଦେଶ ଛାଡ଼ି&nbsp; ଚାଲିଯିବାକୁ କୁହାଯାଇଥିଲା ସେ ବିଷୟରେ ମନେ ପକାଇଥିଲେ।&nbsp; ମାର୍କ ଟୁଲି ମଧ୍ୟ ଏହାରି ଉପରେ ମନ୍ତବ୍ୟ ରଖି କହିଥିଲେ, ଦେଶ ଭକ୍ତି ହେଉଛି ପ୍ରକୃତ ଭଲ ପାଇବା।</p> <p>ଆଜିର ଇଣ୍ଟରନେଟ୍ ଯୁଗରେ ପୁସ୍ତକ ପ୍ରକାଶନ ଓ ପଠନ କମିଯିବା ଆଶଙ୍କା ସମ୍ପୂର୍ଣ୍ଣ ଭୁଲ ବୋଲି ଟୁଲି କହିଥିଲେ। ଟିଭି ଆସିବା ପରେ ସମସ୍ତେ ଭାବୁଥିଲେ ରେଡିଓ ରହିବ ନାହିଁ। କିନ୍ତୁ ରେଡ଼ିଓ ଏ ଏପର୍ଯ୍ୟନ୍ତ ଚାଲିଛି ବରଂ ଆଗଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛି। ସେହିଭଳି ପୁସ୍ତକ କାଳଜୟୀ ହୋଇ ରହିବ। ଏହାଛଡ଼ା ସୋସିଆଲ୍ ମିଡିର ଭୟାବହତା ବିଷୟରେ ସେ ଅଙ୍ଗେ ନିଭେଇଥିବା କଥା ଉପସ୍ଥିତ ଶ୍ରୋତାଙ୍କ ସହ ବାଣ୍ଟି ଥିଲେ। ସେ କହିଥିଲେ ଯେ, ସେ ଇନ୍ଦିରଗାନ୍ଧିଙ୍କୁ ସମାଲୋଚନା ଓ ମୋଦିଙ୍କୁ ପ୍ରଶଂସା କରୁଥିବାର ଫେକ୍ ନ୍ୟୁଜ ସୋସିଆଲ୍&zwnj; ମିଡିଆରେ ଘୂରି ବୁଲୁଥିଲା। ସେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାହାକୁ ବନ୍ଧ କରିପାରି ନଥିଲେ। ତେଣୁ ସୋସିଆଲ ମିଡିଆରେ ବ୍ୟାପୁଥିବା ଫେକ୍&zwnj; ନ୍ୟୁଜ୍&zwnj; ସୋସିଆଲ୍&zwnj; ମିଡିଆର ଭୟାବହତା ବୋଲି କହିଥିଲେ ଟୁଲି।</p> <p>ଓଡ଼ିଶା ଆସିଲେ ତାଙ୍କୁ ଖୁବ ଭଲ ଲାଗେ ବୋଲି ମାର୍କ କହିଥିଲେ। ଦୁଃଖଦ ଘଟଣା ଗୁଡ଼ିକୁ କଭର କରିବା ପାଇଁ ତାଙ୍କୁ ଖୁବ ଭଲ ଲଗେ। ସିଏ କଭର କରିଥିବା ସମସ୍ତ ଖବର ମଧ୍ୟରେ ଭୋପାଳ ଗ୍ୟାସ ଟ୍ରାଜେଡି ଘଟଣା ସବୁଠାରୁ ସ୍ମରଣୀୟ । ଗୋଟିଏ ସ୍ୱାଧୀନ ଗଣମାଧ୍ୟମ ଭାବରେ ବିବିସି ଇଣ୍ଡିଆ ପାକିସ୍ତାନ ପ୍ରସଙ୍ଗକୁ କିପରି କଭର କରେ ବୋଲି ପ୍ରଶ୍ନର ଉତ୍ତର ଦେଇ ଟୁଲି କହିଥିଲେ, ଯେ ମୁଁ ବିଗତ ୩୦ ବର୍ଷ ହେଲା ବିବିସିରେ କାମ କରୁଥିଲି। ବିବିସି ସ୍ୱାଧୀନତାର ସହ ଖବର ପରିବେଷଣ କରେ। ଏହା ଏକ କଷ୍ଟକର ବ୍ୟପାର ହୋଇଥିଲେ ମଧ୍ୟ ଆମେ ଆମ କାର୍ଯ୍ୟ କରୁ। ଖବର ଉପରେ ଅନେକ ପ୍ରଶ୍ନ ଉଠେ କିନ୍ତୁ ଆମେ ଆମ କାମ ଉପରେ ବିଶ୍ୱାସ ରଖୁ ବୋଲି ମାର୍କ କହିଥିଲେ।</p>

Related story