ଦିଲ୍ଲୀରେ ନବୀନଙ୍କୁ ଭେଟିଲେ ତଥାଗତ

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଆଜି ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ତଥାଗତ ଶତପଥୀ। କିଛିଦିନ ତଳେ ଟ୍ୱିଟରରେ ତଥାଗତ ଦେଇଥିବା ମନ୍ତବ୍ୟକୁ ନେଇ ଝଡ଼ ଉଠିଥିଲା। ବିଜେଡିକୁ ବିଭାଜନ କରିବାକୁ ବିଜେପି ଚାହୁଁଛି ବୋଲି ତଥାଗତ ଟ୍ୱିଟ୍‌ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତଥାଗତ କହିଥିଲେ,“ଭଦ୍ରକ ପରିସ୍ଥିତିକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇ ନାହିଁ। ଯେଉଁମାନେ ୟୁପିରେ ଏମିତି […]

tathagatasatpathy..

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 03:04 PM IST

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଆଜି ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ତଥାଗତ ଶତପଥୀ। କିଛିଦିନ ତଳେ ଟ୍ୱିଟରରେ ତଥାଗତ ଦେଇଥିବା ମନ୍ତବ୍ୟକୁ ନେଇ ଝଡ଼ ଉଠିଥିଲା। ବିଜେଡିକୁ ବିଭାଜନ କରିବାକୁ ବିଜେପି ଚାହୁଁଛି ବୋଲି ତଥାଗତ ଟ୍ୱିଟ୍‌ କରିଥିଲେ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତଥାଗତ କହିଥିଲେ,“ଭଦ୍ରକ ପରିସ୍ଥିତିକୁ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ଅନ୍ୟ କୌଣସି ବିଷୟରେ ଆଲୋଚନା ହୋଇ ନାହିଁ। ଯେଉଁମାନେ ୟୁପିରେ ଏମିତି  ଅଶାନ୍ତି କରୁଥିଲେ ସେମାନେ ଏମିତି କରୁଛନ୍ତି।”

Related story