ଶିକ୍ଷକଙ୍କୁ ମନ୍ତ୍ରୀ କହିଲେ-‘ଗର୍ଜନର ଆବଶ୍ୟକତା ନାହିଁ’

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ବିଶାଳ ସମାବେଶ ଆୟୋଜନ କରୁଛନ୍ତି। ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲ ପ୍ରତିବାଦରେ ଏହି ବିଶାଳ ପଦଯାତ୍ରା କରାଯାଉଛି। ଶିକ୍ଷକଙ୍କ ଏହି ପଦଯାତ୍ରା ଓ ସମାବେଶ ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଗର୍ଜନର ଆବଶ୍ୟକତା ନାହିଁ, ଆଲୋଚନାକୁ ଆସିଲେ ସମସ୍ୟାର ସମାଧାନ ହେବ। ସେମାନଙ୍କର କୌଣସି ଡିମାଣ୍ଡ ନାହିଁ, ସେମାନେ ପ୍ରୋସିଜିଅରକୁ ଚ୍ୟାଲେଞ୍ଜ୍ କରୁଛନ୍ତି।  ସେମାନେ ସତ୍ୟପାଠ ଦାଖଲକୁ ବିରୋଧ କରୁଛନ୍ତି। ତେଣୁ ୨ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କଲେ ଏହାର ସମାଧାନର ବାଟ ବାହାରିବ।”

ଆନ୍ଦୋଳନକୁ ନେଇ କ’ଣ କହୁଛନ୍ତି ଜାଣିବାକୁ ଦେଖନ୍ତୁ ଏହି ଭିଡିଓ  ।