ଶିକ୍ଷକ ଓ ଅଧ୍ୟାପକଙ୍କ ରଣହୁଙ୍କାର: ପୁରୀରୁ ଚାଲି ଚାଲି ଆସୁଛନ୍ତି ଭୁବନେଶ୍ୱର

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଗର୍ଜିବେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ଏଥିପାଇଁ କାଲି ପୁରୀରୁ ବାହାରିଛି ଏକ ବିଶାଳ ପଦଯାତ୍ରା। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଏହି ପଦଯାତ୍ରାରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି। ଚାଲି ଚାଲି ଦୀର୍ଘପଥ ଅତିକ୍ରାନ୍ତ କରି ରାତିରେ ପିପିଲିରେ ରାତିଯାପନ କରିଥିଲେ।

ଆଜି ପିପିଲିରୁ ବାହାରି ଭୁବନେଶ୍ୱରେ ପହଞ୍ଚି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ହେବାକୁ ଥିବା ସମାବେଶରେ ଯୋଗଦେବେ। ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲ ପ୍ରତିବାଦରେ ଏହି ବିଶାଳ ପଦଯାତ୍ରା କରାଯାଉଛି।  କୌଣସି ପରିସ୍ଥିତିରେ ବି ସରକାରଙ୍କ ଏଭଳି ନିର୍ଦ୍ଦେଶାନାମାକୁ ଗ୍ରହଣ କରାଯିବ ନାହିଁ ବୋଲି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ରୋକଠୋକ୍ ଶୁଣାଇଛି।