ସରକାରୀ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ସ୍କୁଲ ଭଳି କେମିତି ଭଲ ରେଜଲ୍ଟ କରିବେ ସରକାରୀ ସ୍କୁଲ? କେମିତି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ିବ? ପିଲାଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉତ୍ତମ ଶିକ୍ଷା ଗ୍ରହଣରେ ପିତା-ମାତାଙ୍କ ଭୂମିକା କଣ ରହିବ? ଏଭଳି କିଛି ମୌଳିକ ପ୍ରଶ୍ନର ଉତ୍ତର ଓ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ଆଜି ରାଜ୍ୟବ୍ୟାପୀ ପ୍ରଥମ ଥର ଲାଗି ସମସ୍ତ ସ୍କୁଲରେ ଅନୁଷ୍ଠିତ ହୋଇଛି ଶିକ୍ଷକ-ଅଭିଭାବକ ବୈଠକ। ରାଜ୍ୟରେ ବେସରକାରୀ ସ୍କୁଲ […]

teacher

Manoranjan Sial
  • Published: Friday, 28 June 2019
  • , Updated: 28 June 2019, 09:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ସ୍କୁଲ ଭଳି କେମିତି ଭଲ ରେଜଲ୍ଟ କରିବେ ସରକାରୀ ସ୍କୁଲ? କେମିତି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ିବ? ପିଲାଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉତ୍ତମ ଶିକ୍ଷା ଗ୍ରହଣରେ ପିତା-ମାତାଙ୍କ ଭୂମିକା କଣ ରହିବ? ଏଭଳି କିଛି ମୌଳିକ ପ୍ରଶ୍ନର ଉତ୍ତର ଓ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ଆଜି ରାଜ୍ୟବ୍ୟାପୀ ପ୍ରଥମ ଥର ଲାଗି ସମସ୍ତ ସ୍କୁଲରେ ଅନୁଷ୍ଠିତ ହୋଇଛି ଶିକ୍ଷକ-ଅଭିଭାବକ ବୈଠକ।

ରାଜ୍ୟରେ ବେସରକାରୀ ସ୍କୁଲ ତୁଳନାରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଲଗାତର ଭାବେ ନୈରାଶ୍ୟଜନକ ଫଳାଫଳ ଓ ଉପସ୍ଥାନ ହ୍ରାସ ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ନିକଟରେ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ଜରିଆରେ ସବୁ ସ୍କୁଲର ଅଭିଭାବକ- ଶିକ୍ଷକଙ୍କ ଲାଗି ଜାରି ହୋଇଥିଲା ନିର୍ଦ୍ଦେଶନାମା। ଏହି କାର୍ଯ୍ୟକ୍ରମ ଅନୁସାରେ ଖୋଦ୍ ବିଭାଗୀୟ ମନ୍ତ୍ରୀ ମଧ୍ୟ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏକ ସ୍କୁଲରେ ଅନୁଷ୍ଠିତ ଶିକ୍ଷକ-ଅଭିଭାବକ ବୈଠକରେ ଯୋଗଦେଇ ଆଗକୁ ଏ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି।

ଆଜି ରାଜଧାନୀ ଭୁବନେଶ୍ୱରର ୯ ନମ୍ବର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବୈଠକ ବସିଥିଲା। ପିଲାଙ୍କ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ବିଶେଷକରି ଉପସ୍ଥାନରେ ବାଧା ନପହଞ୍ଚିବା ଓ ପିଲାଙ୍କୁ ସ୍କୁଲ ତଥା ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ଲାଗି ବାପା-ମାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା।

Related story