ନାଁ ଲେଖାଇବା ପାଇଁ ଗୁରୁ ମାଗିଲେ କୁକୁଡ଼ା, ଖାସି!

କେନ୍ଦୁଝର (ପ୍ରଣୟ ପାଣି): ଗୁରୁ ମାଗିଲେ କୁକୁଡ଼ା, ଖାସି! କନ୍ୟାଶ୍ରମରେ ନାଁ ଲେଖାଇବା ପାଇଁ ଆସିଥିବା ଅଭିଭାବକଙ୍କୁ ମଗା ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସତ୍ୟାସତ୍ୟ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। ବଂଶପାଳ ବ୍ଲକ କାଞ୍ଜିପାଣି ଗାଁର ପଦ୍ମିନୀ […]

ganja

ganja

Manoranjan Sial
  • Published: Monday, 09 November 2020
  • Updated: 09 November 2020, 10:35 PM IST

କେନ୍ଦୁଝର (ପ୍ରଣୟ ପାଣି): ଗୁରୁ ମାଗିଲେ କୁକୁଡ଼ା, ଖାସି! କନ୍ୟାଶ୍ରମରେ ନାଁ ଲେଖାଇବା ପାଇଁ ଆସିଥିବା ଅଭିଭାବକଙ୍କୁ ମଗା ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସତ୍ୟାସତ୍ୟ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି।

ବଂଶପାଳ ବ୍ଲକ କାଞ୍ଜିପାଣି ଗାଁର ପଦ୍ମିନୀ ଜୁଆଙ୍ଗ। ସେ ଜଣେ ବିଧବା ମହିଳା। ନିଜର ୯ ବର୍ଷର ଝିଅ ରସ୍ମୀତାର କାଞ୍ଜିପାଣି କନ୍ୟାଶ୍ରମରେ ପାଠ ପଢ଼ାଇବା ପାଇଁ ଫର୍ମ ପୂରଣ କରାଇଥିଲେ। ନାମ ଲେଖାଇବା ପାଇଁ ପଦ୍ମିନୀ ଓ ତାଙ୍କ ଝିଅ ରବିବାର ସ୍କୁଲ ଆସିଥିଲେ। ସେଠାରେ ନାମ ଲେଖାଇବା ପାଇଁ ଲଟେରି ପଡ଼ି ଥିଲା। ହେଲେ ଲଟେରିରେ ରସ୍ମୀତାର ନାଁ ଉଠିନଥିଲା। ନିଜେ ପାଠ ପଢ଼ିନଥିବାରୁ ପଦ୍ମିନୀ ଝିଅର ନାମ ଲେଖା ସମ୍ପର୍କରେ ଶିକ୍ଷକଙ୍କୁ ପଚାରି ଥିଲେ। କୁକୁଡ଼ା, ଖାସି ଓ ଟଙ୍କା ଦେଲେ ନାମ ଲେଖା ହେବ ବୋଲି ପଦ୍ମିନୀଙ୍କୁ ଶିକ୍ଷକମାନେ କହିଥିବା ଅଭିଯୋଗ ହୋଇଛି।

ଶିକ୍ଷକଙ୍କ ବିରୋଧରେ କେବଳ ପଦ୍ମିନୀ ନୁହେଁ, ସେହି ଗାଁର ବୁଦ୍ଧଦେବ ଜୁଆଙ୍ଗ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ ତାଙ୍କର ୭ ବର୍ଷର ଝିଅ ସଂଧ୍ୟା ଜୁଆଙ୍ଗକୁ କନ୍ୟାଶ୍ରମରେ ଭର୍ତ୍ତି କରିବା ପାଇଁ ଆସିଥିଲେ। ତାଙ୍କର ଇଚ୍ଛା ଝିଅ ପାଠ ପଢ଼ି ଭଲ ମଣିଷ ହେଉ। ହେଲେ ତା’ଙ୍କ ସ୍ଵପ୍ନ- ସ୍ୱପ୍ନରେ ହିଁ ରହିଗଲା। ତାଙ୍କୁ ମଧ୍ୟ ସମାନ ଢଙ୍ଗରେ କୁକୁଡା, ଖାସି କିମ୍ବା ପଇସା ମଗା ଯାଇଥିବା ଅଭିଯୋଗ ହୋଇଛି। ଆଜି ପଦ୍ମିନୀ ଓ ବୁଦ୍ଧଦେବ ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ।

ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ କହିଛନ୍ତି, “ଘଟଣା ସମ୍ପର୍କରେ ଶକ୍ଷକଙ୍କ ସମ୍ମୁଖରେ ପଚରା ଯିବ। ଯଦି କୌଣସି ଶିକ୍ଷକ ଧରା ପଡ଼ନ୍ତି, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story