ନିଷ୍ପତ୍ତି ବଦଳାଇଲେ ଶିକ୍ଷକ, କାଲିଠୁ ଏମିତି କରିବେ ପ୍ରତିବାଦ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ହେଉଥିବା ଆନ୍ଦୋଳନ କୋହଳ ହୋଇଛି। ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ତେବେ କଳାବ୍ୟାଜ୍ ପିନ୍ଧି ଶିକ୍ଷକ ସ୍କୁଲରେ ପାଠ ପଢ଼ାଇବେ। ତା’ସହିତ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିବ।
ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ମଧ୍ୟ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ସରକାର ଦାବି ନମାନିଲେ ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବାକୁ ମଞ୍ଚ ଚେତାବନୀ ଦେଇଛି।
ଏନେଇ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆବାହକ, ଗୋଲକ ନାୟକ କହିଛନ୍ତି,“୩୮ ଦିନ ପିଲାଙ୍କ ପାଠପଢ଼ା ବନ୍ଦ ହେଲା। ତଥାପି ସରକାରଙ୍କ ନିଦ ଭାଙ୍ଗିଲା ନାହିଁ। ପିଲାମାନେ ହେଉଛନ୍ତି ଜାତିର ସମ୍ପଦ। ଆମେ ଆଉ ବେଶୀ ଦିନ ତାଙ୍କ ପାଠପଢ଼ା ନଷ୍ଟ କରିବାକୁ ଚାହିଁଲୁ ନାହିଁ। ପ୍ରି ପରୀକ୍ଷା, ପାଠପଢ଼ା ଓ ୟୁନିଭସିର୍ଟି ପରୀକ୍ଷା ସମୟରେ କଳାବ୍ୟାଜ୍ ପିନ୍ଧୁବୁ। ଅନୁରୂପ ଭାବରେ ୨୪ ତାରିଖଠାରୁ ୨ଟି ଜିଲ୍ଲାର ଶିକ୍ଷକମାନେ ରାଜଧାନୀରେ ଆସି ଆନ୍ଦୋଳନ ଜାରି ରଖିବେ।”
Ordigital Desk
• Published: Sunday, 23 September 2018
• Updated: 23 September 2018, 03:41 AM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ହେଉଥିବା ଆନ୍ଦୋଳନ କୋହଳ ହୋଇଛି। ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ତେବେ କଳାବ୍ୟାଜ୍ ପିନ୍ଧି ଶିକ୍ଷକ ସ୍କୁଲରେ ପାଠ ପଢ଼ାଇବେ। ତା’ସହିତ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିବ।
ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ମଧ୍ୟ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ସରକାର ଦାବି ନମାନିଲେ ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବାକୁ ମଞ୍ଚ ଚେତାବନୀ ଦେଇଛି।
ଏନେଇ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆବାହକ, ଗୋଲକ ନାୟକ କହିଛନ୍ତି,“୩୮ ଦିନ ପିଲାଙ୍କ ପାଠପଢ଼ା ବନ୍ଦ ହେଲା। ତଥାପି ସରକାରଙ୍କ ନିଦ ଭାଙ୍ଗିଲା ନାହିଁ। ପିଲାମାନେ ହେଉଛନ୍ତି ଜାତିର ସମ୍ପଦ। ଆମେ ଆଉ ବେଶୀ ଦିନ ତାଙ୍କ ପାଠପଢ଼ା ନଷ୍ଟ କରିବାକୁ ଚାହିଁଲୁ ନାହିଁ। ପ୍ରି ପରୀକ୍ଷା, ପାଠପଢ଼ା ଓ ୟୁନିଭସିର୍ଟି ପରୀକ୍ଷା ସମୟରେ କଳାବ୍ୟାଜ୍ ପିନ୍ଧୁବୁ। ଅନୁରୂପ ଭାବରେ ୨୪ ତାରିଖଠାରୁ ୨ଟି ଜିଲ୍ଲାର ଶିକ୍ଷକମାନେ ରାଜଧାନୀରେ ଆସି ଆନ୍ଦୋଳନ ଜାରି ରଖିବେ।”
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos