ଶିକ୍ଷକଙ୍କ ରଣହୁଙ୍କାର: ପଦଯାତ୍ରାରେ ଆସୁଛନ୍ତି ରାଜଧାନୀ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାବି ପୂରଣ ପାଇଁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ରଣହୁଙ୍କାର। ସମସ୍ତେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଏକତ୍ର ହେଲେ। ପରେ ବିରାଟ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଲେ। ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ&nbsp; ଶିକ୍ଷୟିତ୍ରୀ। ରାତିରେ ପିପିଲିରେ ହେବ ରହଣୀ। ଆସନ୍ତାକାଲି ଭୁବନେଶ୍ୱରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆୟୋଜନ ହେବାକୁ ଥିବା ସମାବେଶରେ ଯୋଗଦେବାକୁ ଏମାନେ ଆସୁଛନ୍ତି। ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲ ପ୍ରତିବାଦରେ ଏହି ପଦଯାତ୍ରା ଚାଲିଛି। କୌଣସି ପରିସ୍ଥିତିରେ ମଧ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶାନାମାକୁ ଗ୍ରହଣ କରାଯିବ ନାହିଁ ବୋଲି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସଫା ସଫା କହିଛି।</p>

Ordigital Desk
  • Published: Wednesday, 07 February 2018
  • Updated: 07 February 2018, 08:52 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାବି ପୂରଣ ପାଇଁ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ରଣହୁଙ୍କାର। ସମସ୍ତେ ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଏକତ୍ର ହେଲେ। ପରେ ବିରାଟ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଲେ। ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ହଜାର ହଜାର ଶିକ୍ଷକ ଓ&nbsp; ଶିକ୍ଷୟିତ୍ରୀ। ରାତିରେ ପିପିଲିରେ ହେବ ରହଣୀ। ଆସନ୍ତାକାଲି ଭୁବନେଶ୍ୱରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆୟୋଜନ ହେବାକୁ ଥିବା ସମାବେଶରେ ଯୋଗଦେବାକୁ ଏମାନେ ଆସୁଛନ୍ତି। ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲ ପ୍ରତିବାଦରେ ଏହି ପଦଯାତ୍ରା ଚାଲିଛି। କୌଣସି ପରିସ୍ଥିତିରେ ମଧ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶାନାମାକୁ ଗ୍ରହଣ କରାଯିବ ନାହିଁ ବୋଲି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସଫା ସଫା କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos