ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର: ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲକୁ ଶିକ୍ଷକ ଓ ଅଧ୍ୟାପକ ବିରୋଧ କରିଛନ୍ତି। ଏନେଇ ଗତକାଲିଠୁ ସେମାନେ ପୁରୀରୁ ଏକ ପଦଯାତ୍ରାରେ ବାହାରିଛନ୍ତି। ରାଜଧାନୀରେ ସମାବେଶ ପୂର୍ବରୁ ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରିଛନ୍ତି ଏହି ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକ। ମିଳିତ ମଞ୍ଚର ଆବାହକ ଗୋଲକ ନାୟକ କହିଛନ୍ତି,“ ପୂର୍ବରୁ ପାଣ୍ଡିଆନ୍‌ଙ୍କୁ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ପାଣ୍ଡିଆନ ଚୁପ୍ କାହିଁକି? ଏହା ପଛରେ ପାଣ୍ଡିଆନ୍‌କୁ ହାତ ଅଛି।”</p> <p>ସେହିପରି ଆବାହକ ପ୍ରକାଶ ମହାନ୍ତି ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,“ ଅଣ ଓଡ଼ିଆ IAS ଅଫିସର ଓଡ଼ିଶାର ପାଣିପାଗ ଜାଣି ନାହାଁନ୍ତି। ଏଥିସହ ପ୍ରସ୍ତାବିତ ସତ୍ୟପାଠ ସୁଇସାଇଡ଼ ସହ ସମାନ। ଏହା ପ୍ରତ୍ୟାହାର କରା ନଗଲେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବର୍ଜନ କରାଯିବ। ବିଜେପୁର ଉପନିର୍ବାଚନରେ ସରକାର ବିରୋଧୀ ଶୋଭାଯାତ୍ରା କରାଯିବ।”</p> <p>ସୂଚନାଯୋଗ୍ୟ, ଆଜି ରାଜଧାନୀରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ବିରାଟ ସମାବେଶ ଅନୁଷ୍ଠିତ ହେଉଛି। ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲ ନେଇ ସରକାରଙ୍କ ନିୟମର ତୀବ୍ର ପ୍ରତିବାଦ କରିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। କୌଣସି ପରିସ୍ଥିତିରେ ବି ସରକାରଙ୍କ ଏହି ନିର୍ଦ୍ଦେଶାନାମାକୁ ଗ୍ରହଣ କରାଯିବ ନାହିଁ ବୋଲି ମଞ୍ଚ ରୋକଠୋକ୍ ଶୁଣାଇଛି। ଗତକାଲି ପୁରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଶିକ୍ଷକମାନଙ୍କ ପଦଯାତ୍ରା ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ଆଜି ଭୁବନେଶ୍ୱର ନୂଆଗାଁରେ ପୁଣି ଶିକ୍ଷକମାନେ ଏକାଠି ହୋଇ ଲୋୟର ପିଏମ୍‌ଜି ସ୍ଥିତ ସମାବେଶ ସ୍ଥଳ ଅଭିମୁଖେ ଆସିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।