ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରଶ୍ନ: ପାଣ୍ଡିଆନ ଚୁପ୍ କାହିଁକି?

Ordigital Desk
  • Published: Thursday, 08 February 2018
  • , Updated: 08 February 2018, 01:37 PM IST
<p>ଭୁବନେଶ୍ୱର: ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲକୁ ଶିକ୍ଷକ ଓ ଅଧ୍ୟାପକ ବିରୋଧ କରିଛନ୍ତି। ଏନେଇ ଗତକାଲିଠୁ ସେମାନେ ପୁରୀରୁ ଏକ ପଦଯାତ୍ରାରେ ବାହାରିଛନ୍ତି।&nbsp; ରାଜଧାନୀରେ ସମାବେଶ ପୂର୍ବରୁ ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରିଛନ୍ତି ଏହି ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକ।&nbsp;ମିଳିତ ମଞ୍ଚର ଆବାହକ ଗୋଲକ ନାୟକ କହିଛନ୍ତି,&ldquo; ପୂର୍ବରୁ ପାଣ୍ଡିଆନ୍&zwnj;ଙ୍କୁ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ପାଣ୍ଡିଆନ ଚୁପ୍ କାହିଁକି? ଏହା ପଛରେ ପାଣ୍ଡିଆନ୍&zwnj;କୁ ହାତ ଅଛି।&rdquo;</p> <p>ସେହିପରି ଆବାହକ ପ୍ରକାଶ ମହାନ୍ତି ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,&ldquo; ଅଣ ଓଡ଼ିଆ IAS ଅଫିସର ଓଡ଼ିଶାର ପାଣିପାଗ ଜାଣି&nbsp; ନାହାଁନ୍ତି। ଏଥିସହ ପ୍ରସ୍ତାବିତ ସତ୍ୟପାଠ ସୁଇସାଇଡ଼ ସହ ସମାନ। ଏହା ପ୍ରତ୍ୟାହାର କରା ନଗଲେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ବର୍ଜନ କରାଯିବ। ବିଜେପୁର ଉପନିର୍ବାଚନରେ ସରକାର ବିରୋଧୀ ଶୋଭାଯାତ୍ରା କରାଯିବ।&rdquo;</p> <p>ସୂଚନାଯୋଗ୍ୟ, ଆଜି ରାଜଧାନୀରେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ବିରାଟ ସମାବେଶ ଅନୁଷ୍ଠିତ ହେଉଛି। ଅନୁଦାନ ପାଇଁ ବାଧ୍ୟତାମୂଳକ ସତ୍ୟପାଠ ଦାଖଲ ନେଇ ସରକାରଙ୍କ ନିୟମର ତୀବ୍ର ପ୍ରତିବାଦ କରିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। କୌଣସି ପରିସ୍ଥିତିରେ ବି ସରକାରଙ୍କ ଏହି ନିର୍ଦ୍ଦେଶାନାମାକୁ ଗ୍ରହଣ କରାଯିବ ନାହିଁ ବୋଲି ମଞ୍ଚ ରୋକଠୋକ୍ ଶୁଣାଇଛି। ଗତକାଲି ପୁରୀ ଗୁଣ୍ଡିଚା ମନ୍ଦିର ନିକଟରୁ ଶିକ୍ଷକମାନଙ୍କ ପଦଯାତ୍ରା ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ଆଜି ଭୁବନେଶ୍ୱର ନୂଆଗାଁରେ ପୁଣି ଶିକ୍ଷକମାନେ ଏକାଠି ହୋଇ ଲୋୟର ପିଏମ୍&zwnj;ଜି ସ୍ଥିତ ସମାବେଶ ସ୍ଥଳ ଅଭିମୁଖେ ଆସିଛନ୍ତି।</p>

Related story